ହାଇଦ୍ରାବାଦ:ଭାରତୀୟ କ୍ରକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଦ୍ବିତୀୟ ସେମିଫାଇନାଲରେ ଯଦି ବର୍ଷା କାରଣରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ମ୍ୟାଚ ଖେଳାଯାଇନପାରେ ଏବଂ ରିଜର୍ଭ ଡେ’ ରେ ମଧ୍ୟ ଖେଳ ନହୁଏ, ତାହେଲେ ଭାରତ ପାଖରେ ଫାଇନାଲରେ ଖେଳିବାର ସୁଯୋଗ ରହିଛି ।
କାରଣ ଇଂଲଣ୍ଡଠାରୁ ଗୋଟିଏ ପଏଣ୍ଟ ଆଗରେ ଭାରତ ରହିଛି । ସୁପର ୧୨ ପର୍ଯ୍ୟାୟରେ ଇଂଲଣ୍ଡ ୭ ପଏଣ୍ଟ ପାଇଥିବା ବେଳେ ଭାରତ ୫ ଟି ମ୍ୟାଚରୁ ଚାରୋଟି ମ୍ୟାଚରେ ବିଜୟ ଲାଭ କରି ୮ ପଏଣ୍ଟ ଅକ୍ତିଆର କରିଥିଲା । ଯଦି ବର୍ଷା ବାଧକ ସାଜେ ତାହେଲେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ରିଜର୍ଭ ଡେ ରେ ଖେଳାଯିବ । ଯଦି ରିଜର୍ଭ ଡେରେ ଖେଳର ପରିଣାମ ନ ବାହାରେ ତାହେଲେ ପଏଣ୍ଟ ଅନୁସାରେ ଭାରତ ଫାଇନାଲରେ ପ୍ରବେଶ କରିବାରେ କ୍ଷମତା ରଖିବ ।