ଦୁବାଇ: 19 ବର୍ଷରୁ କମ ଏସିଆ କପ୍ ସେମିଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ । ମଙ୍ଗଳବାର ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ COVID-19 ସଂକ୍ରମଣ କାରଣରୁ ବାତିଲ ହୋଇଛି । ଦୁଇଜଣ ଅଫିସିଆଲ ସଂକ୍ରମିତ ଚିହ୍ନଟ ହେବାପରେ ମ୍ୟାଚ୍ ବାତିଲ ଘୋଷଣା କରିଥିଲା ଏସିଆନ କ୍ରିକେଟ କାଉନସିଲ୍(ACC) । ଏହାପରେ ସେମିଫାଇନାଲ ଲାଇନ ଚୂଡାନ୍ତ ହୋଇଛି ।
ଗୁରୁବାର(ଡିସେମ୍ବର ୩୦)ରେ ଭାରତ ଓ ବାଂଲାଦେଶ ମଧ୍ୟରେ ସେମିଫାଇନାଲ ମୁକାବିଲା ଖେଳାଯିବ ।
ଏହାମଧ୍ୟ ପଢନ୍ତୁ:Centurion Test: 327 ରନ୍ରେ ଭାରତର ପ୍ରଥମ ଇଂନିସ ଶେଷ
ଶେଷ ମ୍ୟାଚ୍ ବାତିଲ ହେବାପୂର୍ବରୁ ଉଭୟ ବାଂଲାଦେଶ ଓ ଶ୍ରୀଲଙ୍କା ସେମିଫାଇନାଲ ଟିକେଟ ହାତେଇ ସାରିଥିଲେ । ଶେଷ ଗ୍ରୁପ୍ ମ୍ୟାଚ୍ରେ କେବଳ ଗ୍ରୁପ ବିଜେତା ଓ ରନର୍ସ-ଅପ୍ ସ୍ଥିର ହେବାର ଥିଲା ।