ଓଡିଶା

odisha

ETV Bharat / sports

Ind vs Ban first Test Day 3: କୁଲଦୀପଙ୍କ କମାଲ, 150ରେ ବାଂଲାଦେଶ ଅଲଆଉଟ

ଭାରତ ନିୟନ୍ତ୍ରଣରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ସିରିଜ ( India vs bangladesh first test ) । ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ କମାଲ ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ପ୍ରଥମ ଟେଷ୍ଟ ଭାରତ ଆୟତ୍ତରେ ରହିଛି । ତୃତୀୟ ଦିନରେ 150ରେ ଅଲଆଉଟ ହୋଇଛି ଘରୋଇ ବାଂଲାଦେଶ । ଦ୍ବିତୀୟ ପାଳି ଆରମ୍ଭ କରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

By

Published : Dec 16, 2022, 10:35 AM IST

Updated : Dec 16, 2022, 11:37 AM IST

Ind vs Ban first test Day 3
କୁଲଦୀପଙ୍କ କମାଲ, 150ରେ ବାଂଲାଦେଶ ଅଲଆଉଟ

ଢାକା:ଘରୋଇ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି ( India vs bangladesh first test )। ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ କମାଲ ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ପ୍ରଥମ ଟେଷ୍ଟ ଭାରତ ଆୟତରେ ରହିଛି । ବାଂଲାଦେଶ ତାର ପ୍ରଥମ ଟେଷ୍ଟରେ ବାଂଲାଦେଶ 150ରେ ଆଲଆଉଟ ହୋଇଛି । କୁଲଦୀପ ଯାଦବ 5ଟି ୱିକେଟ ଅକ୍ତିଆର କରିଛନ୍ତି । ବାଂଲାଦେଶ ସଙ୍କଟରେ ପଡିଛି । ଭାରତ 254 ରନରେ ଲିଡ କରୁଛି । ଦ୍ବିତୀୟ ପାଳି ଆରମ୍ଭ କରିଛି ଟିମ ଇଣ୍ଡିଆ ।

ପ୍ରଥମ ଇନିଂସରେ ଭାରତ 404 ରନ କରିଥିଲା । ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ଭାରତ 404 ରନ କରି ଆଉଟ ହୋଇଥିଲା । ବାଂଲାଦେଶ ପ୍ରଥମ ଇନିଂସରେ 150ରେ ଆଉଟ ହେବାରୁ ଭାରତ 254 ରନରେ ଲିଡ କରୁଛି। ବାଂଲାଦେଶ ଆରମ୍ଭରୁ ବିପର୍ଯ୍ୟୟର ଶିକାର ହୋଇଥିଲା । କୁଲଦୀପ ଯାଦବ ଓ ମହମ୍ମଦ ସିରାଜଙ୍କ ଘାତର ବୋଲିଂ ପାଇଁ ବାଂଲେଦେଶର ବ୍ୟାଟିଂ ଲାଇନ ଅପ ବିଗିଡି ଯାଇଥିଲା । ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ଭାରତ ବାଂଲାଦେଶକୁ ବଡ ଟାର୍ଗେଟ ଦେବାକୁ ଲକ୍ଷ୍ୟ ରଖିଛି । ଭାରତ ପକ୍ଷରୁ ପ୍ରଥମ ଇନିଂସରେ କୁଲଦୀପ ଯାଦବ ୫ ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୩ଟି, ଅକ୍ଷର ପଟେଲ ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ୱିକେଟ ହାତେଇଛନ୍ତି ।

ବାଂଲାଦେଶ ତାର ବ୍ୟାଟିଂ ଆରମ୍ବରୁ ହିଁ ୱିକେଟ ହରାଇଥିଲା । ଚତୁର୍ଥ ଓଭରରେ ୟାସୀର ଅଲ୍ଲୀ ଆଉଟ ହେବା ପରେ 5 ରନରେ 2ଟି ୱିକେଟ ହରାଇ ଦଳ ସଂଙ୍କଟରେ ପଡି ଯାଇଥିଲା । ଘରୋଇ ଦଳର ବ୍ୟାଟଂ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଭାରତ ପକ୍ଷରୁ ଶେଷ ୱିକେଟ ଅକ୍ଷର ପଟେଲଙ୍କୁ ମିଲିଥିଲା । ମେହଦୀ 82 ବଲରେ 25ରନ କରିବାକୁ ସକ୍ଷମ ହୋଇଥିଲେ । ଦ୍ବିତୀୟ ଦିନରେ ବାଂଲାଦେଶ ଭାରତ ଦେଇଥିବା ଟାର୍ଗେଟ ପିଛା କରି 133ରନରେ 8 ୱିକେଟ ହରାଇ ସାରିଥିଲା ।

ଏହା ବି ପଢନ୍ତୁ...Ind vs Ban first test, Day two: ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ, ଚମକିଲେ ଭାରତୀୟ ବୋଲର

ଗୁରୁବାର ଭାରତ ତାର ଅସମାପ୍ତ ଇନିଂସ 6 ୱିକଟେରେ 278 ରନରୁ ଖେଳି ଆରମ୍ଭ କରିଥିଲା । ଶ୍ରେୟାସ ଆୟର ଓ ଅଶ୍ବିନୀ ପାଳି ଆରମ୍ଭ କରିଥିଲେ । ଶତକରୁ ବଞ୍ଚିତ ହୋଇ ଶ୍ରେୟସ ଆୟର 86ରନରେ ଆଉଟ ହୋଇଥିଲେ । ଏହା ପରେ ଅଶ୍ବିନୀ ଓ କୁଲଦୀପ ପାଳି ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ 92ରନର ଭାଗିଦାରୀ ହୋଇଥିଲା । ଅଶ୍ବିନୀ 58 ଓ କୁଳଦୀପ 40 ରନ କରି ଆଉଟ ହୋଇଥିଲେ । ଉମେଶ ଯାଦବ 15 ରନ କରି ଅପରାଜିତ ରହିଥିଲେ । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଚେତେଶ୍ବର ପୂଜାରା 90ରନ ପାଳି ଖେଳିଥିଲେ । ବାଲଂଦେଶ ପକ୍ଷରୁ ହସନ ମିରାଜ ଓ ତାଇଜୁଲ ଇସଲାମ 4ଟି ଲେଖାଏଁ ୱିକେଟ ନେଇଥିଲେ ।

Last Updated : Dec 16, 2022, 11:37 AM IST

ABOUT THE AUTHOR

...view details