ଓଡିଶା

odisha

ETV Bharat / sports

INDIA vs BAN 1st Test: ଟସ୍ ଜିତି ବ୍ୟାଟିଂ କରୁଛି ଭାରତ - ଭାରତ ବନାମ ବାଂଲାଦେଶ ଟେଷ୍ଟ ସିରିଜ

ଆଜିଠୁ ଭାରତ ଓ ଘରୋଇ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିିରିଜ ଆରମ୍ଭ ହୋଇଛି ( India vs bangladesh test series) । 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ସ୍ଥାନୀୟ ଜହୁର ଅହମ୍ମଦ ଷ୍ଟାଡିୟମରେ ଆରମ୍ଭ ହୋଇଛି । ଟସ୍ ଜିତି ବ୍ୟାଟିଂ କରୁଛି ଭାରତ । ଅଧିକ ପଢନ୍ତୁ

ଟସ୍ ଜିତି ବ୍ୟାଟିଂ କରୁଛି ଭାରତ
INDIAvsBAN 1st Test

By

Published : Dec 14, 2022, 10:38 AM IST

ଢାକା:ଭାରତ ଓ ଘରୋଇ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିିରିଜ ଆରମ୍ଭ ହୋଇଛି ( India vs bangladesh test series) । 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ସ୍ଥାନୀୟ ଜହୁର ଅହମ୍ମଦ ଷ୍ଟାଡିୟମରେ ଆରମ୍ଭ ହୋଇଛି । ଟସ୍ ଜିତି ବ୍ୟାଟିଂ କରୁଛି ଭାରତ । ଲୋକେଶ ରାହୁଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଛି ଭାରତ ।

ଅଧିନାୟକ କେଏଲ ରାହୁଲ ଓ ଶୁଭମନ ଗିଲ ପାଳି ଆରମ୍ଭ କରିଛନ୍ତି । ଦଳୀୟ ସ୍କୋର 45 ଦଳର ଦୁଇ ଓପନର ପାଭିଲିୟନ ଫେରିଛନ୍ତି । 20 ବଲରେ 40 ରନ କରି ଆଉଟ ହୋଇଛନ୍ତି ଶୁଭମନ ଗିଲ । ଟିଜୁଲ ଇସଲାମଙ୍କ ଶିକାର ହୋଇଛନ୍ତି ଶୁଭମନ । ପରେ ପରେ ଅଧିନାୟକ କେଏଲ ରାହୁଲ ମଧ୍ୟ ସଅଳ ପାଭିଲିୟନ ଫେରିଛନ୍ତି । 22 ବଲ 54 ରନ କରି ଅହମ୍ମଦଙ୍କ ବଲରେ ଆଉଟ ହୋଇଛନ୍ତି ରାହୁଲ । ଏହା ପରେ ବିରାଟ କୋହଲି ଓ ପୂଜାରା ପାଳି ସମ୍ଭାଳିଛନ୍ତି ।

ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୭ଟି ଟେଷ୍ଟ ସିରିଜ ଖେଳାଯାଇଛି । ଏହି ସିରିଜରେ ଭାରତର ପଲ୍ଲା ଭାରି ରହିଛି । ୬ଟି ଟେଷ୍ଟ ସିରିଜରେ ଭାରତ ବିଜୟ ଲାଭ କରିଥିବା ବେଳେ ଗୋଟିଏ ସିରିଜ ଡ୍ର ରହିଥିଲା । ତେବେ ଏହି ଟେଷ୍ଟ ସିରିଜରେ ଭାରତ ବାଂଲାଦେଶକୁ ହରାଇ ଟେଷ୍ଟ ସିରିଜ୍ ହାତେଇବାକୁ ଅପ୍ରାଣ ଉଦ୍ୟମ କରିବ । ସଦ୍ୟ ସମାପ୍ତ ଟି-20 ଓ ଦିନିକିଆ ମୁକାବିଲାରେ ଭାରତ ଟି-20 ସିରିଜ କବଜା କରିଥିବା ବେଳେ ବାଂଲାଦେଶ ଦିନିକିଆ ସିରିଜ ହାତେଇଥିଲା ।

ଏହା ବି ପଢନ୍ତୁ...INDvsAUS 3rd T20I: ସୁପର ଓଭରରେ ମିଳିଥିବା ବିଜୟ ଧାରା ରଖିବା ଲକ୍ଷ୍ୟରେ ଭାରତ

ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୭ ଟି ଟେଷ୍ଟ ସିରିଜ ଖେଳାଯାଇଛି । ଏହି ସିରିଜରେ ଭାରତର ପଲ୍ଲା ଭାରି ରହିଛି । ୬ଟି ଟେଷ୍ଟ ସିରିଜରେ ଭାରତ ବିଜୟ ଲାଭ କରିଥିବା ବେଳେ ଗୋଟିଏ ସିରିଜ ଡ୍ର ରହିଥିଲା । ତେବେ ଏହି ଟେଷ୍ଟ ସିରିଜରେ ଭାରତ ବାଂଲାଦେଶକୁ ହରାଇ ଟେଷ୍ଟ ସିରିଜ୍ ହାତେଇବାକୁ ଅପ୍ରାଣ ଉଦ୍ୟମ କରିବ । ସଦ୍ୟ ସମାପ୍ତ ଟି-20 ଓ ଦିନିକିଆ ମୁକାବିଲାରେ ଭାରତ ଟି-20 ସିରିଜ କବଜା କରିଥିବା ବେଳେ ବାଂଲାଦେଶ ଦିନିକିଆ ସିରିଜ ହାତେଇଥିଲା ।

ଭାରତ ଚୂଡାନ୍ତ ଏକାଦଶ...

କେଏଲ ରାହୁଲ (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଚେତେଶ୍ବରୀ ପୂଜାରା, ଶ୍ରେୟାସ ଆୟର, ଋଷବ ପନ୍ତ, ରବିଚନ୍ଦ୍ରନ ଅଶ୍ବିନୀ, ଅକ୍ଷର ପଟେଲ, କୁଳଦୀପ ଯାଦବ, ଉମେଶ ଯାଦବ, ମହମ୍ମହ ସିରାଜ।

ବାଂଲାଦେଶ ଚୂଡାନ୍ତ ଏକାଦଶ...

ଜେଡ ହାସନ, ଏନ ଏଟଚ ସାଣ୍ଟୋ, ଏଲ ଦାସ, ଏସଏ ହାସନ (ଅଧିନାୟକ), ଏମ ରହିମ, ୱାଇ ଅଲି, ଏନ ହାସନସ, ଏମ ଏଚ ମିରାଜ, ଟି ଇସଲାମ, କେ ଅହମଦ, ଇ ହୋସଇନ ।

ABOUT THE AUTHOR

...view details