ଓଡିଶା

odisha

ETV Bharat / sports

INDvsBAN 1st Test: 188 ରନରେ ଜିତିଲା ଭାରତ, 1-0 ସିରିଜରେ ଆଗୁଆ

ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ହୋଇଥିବା ପ୍ରଥମ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି (India vs Bangladesh first test ) । 188 ରନରେ ପ୍ରଥମ ଟେଷ୍ଟକୁ ଜିତି ନେଇଛି ଟିମ ଇଣ୍ଡିଆ । ଦ୍ବିତୀୟ ପାଳିରେ 324ରନ କରିବାକୁ ସକ୍ଷମ ହୋଇଥିଲା ବାଂଲାଦେଶ । ଅଧିକ ପଢନ୍ତୁ

By

Published : Dec 18, 2022, 10:21 AM IST

Updated : Dec 18, 2022, 11:06 AM IST

INDvsBAN 1st Test
INDvsBAN 1st Test

ଟଟ୍ଟଗାଓଁ: ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି ( India vs Bangladesh first test ) । ପଞ୍ଚମ ଦିନରେ ପ୍ରଥମ ଟେଷ୍ଟର ଫଳାଫଳ ଆସି ସାରିଛି । 188ରନରେ ପ୍ରଥମ ଟେଷ୍ଟକୁ ଜିତି ନେଇଛି ଟିମ ଇଣ୍ଡିଆ । ଦ୍ବିତୀୟ ପାଳିରେ 513 ରନ ପିଛା କରୁଥିବା ବାଂଲାଦେଶ 324ରନ କରିବାକୁ ସକ୍ଷମ ହୋଇଥିଲା । ପରାଜୟ ଏଡାଇବାକୁ ଯେତେ ସଂଘର୍ଷ କରିଥିଲେ ବି ଦଳ ବିଫଳ ହୋଇଥିଲା । ଦଳ ଉପରେ ପରାଜୟର ବାଦଲ ଖେଳି ଯାଇଥିଲା । ବାଂଲାଦେଶ ବ୍ୟାଟରଙ୍କୁ ଧରାଶାୟୀ କରିଥିଲେ ଭାରତୀୟ ବୋଲର । ଅକ୍ଷର ପଟେଲ 77ରନ ଦେଇ 4ଟି ୱିକେଟ ଅକ୍ତିଆର କରିଛନ୍ତି । ପ୍ରଥମ ଇନିଂସରେ କୁଳଦୀପ ଯାଦବ 5ଟି ୱିକେଟ ହାସଲ କରିଥିବାବେଳେ ଦ୍ବିତୀୟ ଇନିଂସରେ 3ଟି ୱିକେଟ ହାସଲ କରିଛନ୍ତି । ପ୍ରଥମ ଟେଷ୍ଟ ବିଜୟ ସହ 1-0ରେ ଆଗୁଆ ରହିଛି ଟିମ ଇଣ୍ଡିଆ ।

ଚତୁର୍ଥ ଦିନ ସୁଦ୍ଧା ବାଂଲାଦେଶ 102 ଓଭରରେ 6 ୱିକେଟ ହରାଇ 272 ରନ କରିଥିଲା । ପ୍ରଥମ ଟେଷ୍ଟ ଜିତିବା ପାଇଁ ଦଳକୁ 241ରନ ଦରକାର ଥିଲା । ଭାରତୀୟ ବୋଲର ବାଂଲାଦେଶ ସ୍ବପ୍ନକୁ ଚୁରମାର କରିଛନ୍ତି । ଅକ୍ଷର ପଟେଲ ଦମଦାର ବୋଲିଂ କରି 4 ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ । ୟାସିର ଅଲି, ମୁଶଫିକର ରହିମ, ନୁରଳ ହସନ ଏବଂ ତେଜୁଲ ଇଝାମଙ୍କୁ ଶିକାର କରିଥିଲେ ଅକ୍ଷର ପଟେଲ । କୁଳଦୀପ ଯାଦବ 3ଟି ୱିରେଟ ନେଇଥିବା ବେଳେ ଅଶ୍ବିନୀ ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ବାଂଲାଦେଶର ସାକିବ ଅଲଙ୍କ ପରିଶ୍ରମ ବୃଥା ଯାଇଛି । ସାକିବ ଅଲ ହସନ 84ରନ ପାଳି ଖେଳି କୁଳଦୀପ ଯାଦବଙ୍କ ଶିକାର ହୋଇଥିଲେ । ସାକିବଙ୍କ ପରେ ଅନ୍ୟ ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନଥିଲେ । ଦଳର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା ।

ଏହା ବି ପଢନ୍ତୁ...INDvsBAN 1st Test Day 4: ବିଜୟଠୁ 4 ଓ୍ୱିକେଟ ଦୂରରେ ଭାରତ, ୨୪୧ ରନ ପଛରେ ବାଂଲାଦେଶ

ପ୍ରକାଶ ଥାଉକି, ବାଂଲାଦେଶ ପ୍ରଥମ ଇନିଂସରେ ୧୫୦ କରି ଅଲଆଉଟ ହୋଇଥିଲା । ଭାରତ ପ୍ରଥମ ଇନିଂସରେ ୪୦୪ ରନ କରି ଅଲ ଆଉଟ ହୋଇଥିଲା । ଦ୍ବିତୀୟ ଇନିଂସରେ ଭାରତ ୨ ୱିକେଟ ହରାଇ ୨୫୮ ରନ କରି ୫୧୨ ରନର ପାଳି ଘୋଷଣା କରିଥିଲା । ବାଂଲାଦେଶ ଆଗରେ ୫୧୩ ରନର ଟାର୍ଗେଟ ରହିଥିଲା । ପ୍ରଥମ ଟେଷ୍ଟର ଚତୁର୍ଥ ଦିନର ୱିକେଟ ଅପସାରଣ ବେଳକୁ ବାଂଲାଦେଶ ୬ ୱିକେଟ ହରାଇ ୨୭୨ ରନ କରିଥିଲା । ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପାଇଁ ବାଂଲାଦେଶକୁ ୨୪୧ ରନ ଦରକାର ଥିଲା ହେଲେ ବାଂଲାଦେଶ ମାତ୍ର 324 ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମ ଟେଷ୍ଟ ପ୍ରଥମ ଇନିଂସରେ ଭାରତର ଚେତେଶ୍ବର ପୂଜାରା 90 ରନ କରିଥିଲେ । ଦ୍ବିତୀୟ ଇନିଂସରେ ଶତକ ହାସଲ କରିଥିଲେ ପୂଜାରା । ଅନ୍ତିମ ତଥା ଦ୍ବିତୀୟ ଟେଷ୍ଟ ଡିସେମ୍ବର 22 ତାରିଖରେ ଢାକାରେ ଖେଳାଯିବ ।

Last Updated : Dec 18, 2022, 11:06 AM IST

ABOUT THE AUTHOR

...view details