ଓଡିଶା

odisha

ETV Bharat / sports

India vs Bangladesh 2nd T20: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଫିଲ୍ଡିଂ କରିବ ବାଂଲାଦେଶ - ଭାରତ ବନାମ ବାଂଲାଦେଶ ଟି ଟ୍ବେଣ୍ଟି ସିରିଜ

ମହିଳା ଭାରତ ବନାମ ଘରୋଇ ବାଂଲାଦେଶ ଟି ଟ୍ବେଣ୍ଟି ସିରିଜରେ ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଉଛି । ଟସ ଜିତି ପ୍ରଥମ ବ୍ୟାଟଂ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆ ଅଧିନାୟିକା ହର୍ମନପ୍ରୀତ କୌର । ଅଧିକ ପଢନ୍ତୁ

ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
India vs Bangladesh 2nd T20

By

Published : Jul 11, 2023, 2:10 PM IST

ଢାକା:ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଜାରି ରହିଛି । ଆଜି ଦ୍ବିତୀୟ ଟି ଟ୍ବେଣ୍ଟି ମ୍ୟାଚ ଆରମ୍ଭ ହୋଇଛି । ଭାରତୀୟ ଅଧିନାୟିକା ହରର୍ମନପ୍ରୀତ କୌର ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଘରୋଇ ଦଳକୁ ବ୍ୟାଟଂ ଆମନ୍ତ୍ରଣ ଦେଇଛି ଭାରତ । ଗତ 9 ତାରିଖରେ ଖେଳାଯାଇଥିବା ପ୍ରଥମ ଟି -ଟ୍ବେଣ୍ଟି ମ୍ୟାଚ ଜିତି ଭାରତୀୟ ମହିଳା କ୍ରିକେଟ ଦଳ 1-0ରେ ଆଗୁଆ ରହିଛି । ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ଜିତି ଆଗୁଆ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ।

ଏହା ବି ପଢନ୍ତୁ...IndW vs BanW 1st T20: ହରମନପ୍ରୀତଙ୍କ ମ୍ୟାଚ୍‌ ବିଜୟୀ ପାଳି, ୭ ୱିକେଟ୍‌ରେ ହାରିଲା ବାଂଲାଦେଶ

ଦୁଇଦଳ ମଧ୍ୟରେ ମୋଟ 14ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଇଛି । ଏଥିରେ ଭାରତ 14ଟି ମ୍ୟାଚ ଜିତିଛି । ତେଣୁ ରେକର୍ଡ ଦେଖିଲେ ଭାରତର ପଲ୍ଲା ଭାରି ରହିଛି । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଆଜି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ମ୍ୟାଚରେ 7 ୱିକେଟରେ ସହଜ ବିଜୟ ହାସଲ କରିଥିଲା ଭାରତ । ଯେଉଁଥିରେ ଅଧିନାୟିକା ହର୍ମନପ୍ରୀତ କୌର ଦମଦାର ଇନିଂସ ଖେଳିଥିଲେ । 35 ବଲରେ 54ରନ କରିଥିଲେ ହର୍ମନପ୍ରୀତ । ସ୍ମୃତି ମାନ୍ଧନା ଗୁରୁତ୍ବପୂର୍ଣ୍ଣ 38 ରନ୍‌ କରିଥିଲେ । ପ୍ରଥମ ମ୍ୟାଚ୍‌ ଭାରତ ଜିତିଥିଲେ ସୁଦ୍ଧା ପ୍ରତିଭାଶାଳୀ ସେଫାଳି ବର୍ମା ପ୍ରଥମ ମ୍ୟାଚରେ ଏତେ ଭଲ ପ୍ରଦର୍ଶନ କରିନଥିଲେ । ଆଜି ଉଭୟଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ସେପଟେ ପ୍ରଥମ ଟି-ଟ୍ବେଣ୍ଟିରେ କରିଥିବା ତ୍ରୁଟି ଯେପରି ରିପିଟ ନହୁଏ ନୂଆ ରଣନୀତି ନେଇ ମୈଦାନକୁ ଓହ୍ଲାଇଛି ଘରୋଇ ଦଳ ।

ଏହା ବି ପଢନ୍ତ...India vs Bangladesh: ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି, ଆଗୁଆ ସିରିଜ ସିଲ ଲକ୍ଷ୍ୟରେ ଭାରତ

ଭାରତ ଚୂଡାନ୍ତ ଏକାଦଶ: ହର୍ମନପ୍ରୀତ କୌର(ଅଧିନାୟିକା), ସ୍ମୃତି ମାନ୍ଧନା(ଉପଅଧିନାୟିକା), ସେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ୟସ୍ତିକା ଭାଟିଆ, ହରଲୀନ ଦେଓଲ, ପୂଜା ବସ୍ତ୍ରାକାର, ଦିପ୍ତୀ ଶର୍ମା, ଅମନଜୌତ କୌର, ଅନୁଷା ବାରେଡି ଓ ମିନ୍ନୁ ମାନି ।

ବାଂଲାଦେଶ ଚୂଡାନ୍ତ ଏକାଦଶ:ନିଗାର ସୁଲତାନ, ଶଲମା ଖାତୁନ, ସାମିମା ସୁଲତାନ, ନାହିଦା ଅଖତର, ରିତୁ ମୋନି, ଶୋର୍ନା ଅଖତର, ମରୁଫା ଅଖତର, ଶୋଭନା ମୋସଟ୍ରେ, ଶାଥି ରାନୀ, ସୁଲତାନ ଖାତୁନ, ରାବେୟା ଖାନ ।

ଆସନ୍ତା ଜୁଲାଇ 13 ତାରିଖରେ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଏହାପରେ ଜୁଲାଇ 16,19 ଓ 22 ତାରିଖରେ 3ଟି ଦିନିକିଆ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ବାଂଲାଦେଶର ମୀରପୁରରେ ଖେଳାଯିବ । ଭାରତ ବାଂଲାଦେଶ ବିପକ୍ଷରେ ସମସ୍ତ ଫର୍ମାଟରେ ବିଜୟୀ ହୋଇ ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି । ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଜିତି ଆଗୁଆ ସିରିଜ କବଜା ଲକ୍ଷ୍ୟରେ ରହିଛି ମହିଳା ଭାରତୀୟ ଦଳ ।

ABOUT THE AUTHOR

...view details