ଇନ୍ଦୋର: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ସିରିଜରେ ଆଜି ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନିଷ୍ପତ୍ତି ନେଇଛି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ । ବ୍ୟାଟିଂ ଆମନ୍ତ୍ରଣ ପାଇଛି ଭାରତୀୟ ଦଳ । ଦ୍ବିତୀୟ ଦିନିକିଆରେ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି । ଯଶପ୍ରୀତ ବୁମରା ଆଜିର ମ୍ୟାଚ ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ ଚୂ଼ଡାନ୍ତ ଏକାଦଶରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି । ପାଟ କମିନ୍ସଙ୍କ ବଦଳରେ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଇଛନ୍ତି ଷ୍ଟିଭେନ ସ୍ମିଥ ।
ଭାରତୀୟ ଦଳ ବ୍ୟାଟରରେ କୌଣସି ପରିବର୍ତ୍ତନ କରିନାହିଁ । ପ୍ରଥମ ଦିନିକିଆ ଖେଳିଥିବା ଖେଳାଳି ଦ୍ବିତୀୟ ଦିନିକିଆ ପାଇଁ ଭାରତୀୟ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ବୋଲିଂରେ ଭାରତୀୟ ଦଳ ପରବର୍ତ୍ତନ କରିଛି । ଯଶପ୍ରୀତ ବୁମରା ଦ୍ବିତୀୟ ଦିନିକିଆ ଖେଳୁନାହାନ୍ତି । ତାଙ୍କ ସ୍ଥାନରେ ଆଜି ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସ୍ଥାନ ମିଳିଛି । ବୁମରା ଘରକୁ ଫେରିଥିବାକୁ ତାଙ୍କ ସ୍ଥାନରେ ଭାରତୀୟ ଦଳରେ ମୁକେଶ କୁମାରଙ୍କୁ ସାମିଲ କରାଯାଇଛି । 1-0ରେ ଆଗୁଆ ଥିବା ଭାରତ ଆଜିର ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି । ବିଶ୍ବକପ ପୂର୍ବରୁ ଭାରତ ତାର ଶକ୍ତି ପ୍ରମାଣିତ କରିବାକୁ ଲକ୍ଷ୍ୟ ରଖିଛି । ମୋହାଲିରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ ଜିତି ଦୃଢ ମନୋବଳରେ ରହିଛି ଭାରତ । ଆଜି ଦ୍ବିତୀୟ ଦିନିକିଆ ଜିତି ଆଗୁଆ ସିରିଜ କବାଜ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ସବୁ ବିଭାଗରେ ସନ୍ତୁଳନ ପ୍ରଦର୍ଶନ କରିବାକୁ ପ୍ରୟାସ କରିବା ରାହୁଲଙ୍କ ନେତୃତ୍ବାଧୀନ ଭାରତ ।