ମୋହାଲି:ବିଶ୍ବକପ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ଶେଷ ପରୀକ୍ଷା ଆରମ୍ଭ ହୋଇଛି । ମୋହାଲି କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ କେଏଲ ରାହୁଲ । ବ୍ୟାଟିଂ ଆମନ୍ତ୍ରଣ ପାଇଛି ଭ୍ରମଣକାରୀ ଦଳ ।
ଭାରତୀୟ ଦଳରେ ପ୍ରଥମ ଦିନିକିଆ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଏକାଦଶରେ ସ୍ଥାନ ମିଳିଛି । ଦିନିକିଆ ଫର୍ମାଟରେ ଏଯାଏ ସଫଳ ହୋଇଥିବା ଟି-20 ସ୍ପେସାଲିଷ୍ଟ ସୂର୍ଯ୍ୟକୁମାରଙ୍କ ପାଖରେ ସୁଯୋଗ ରହିଛି ନିଜର ଦକ୍ଷତା ଦେଖାଇବାକୁ । ତାଙ୍କୁ ଆଜି ଏକ ସଫଳ ଇନିଂସ ଖେଳିବାକୁ ହେବ । ଋତୁରାଜ ଗାଏକ୍ବାର୍ଡ ଓ ଶୁଭମନ ଗିଲ ଓପନିଂ କରିବେ । ଶ୍ରେୟାର ଆୟରଙ୍କୁ ମଧ୍ୟ ଏକାଦଶରେ ସ୍ଥାନ ମିଳିଛି । ଯୁବ ଖେଳାଳିଙ୍କୁ ବିଶ୍ବକପ ପୂର୍ବରୁ ଶେଷ ପରୀକ୍ଷାରେ ସଫଳତାର ସହ ପାସ ଦେବାକୁ ପଡିବ । ବୋଲିଂରେ ଆର ଅଶ୍ବିନୀଙ୍କ ଯାଦୁଗରୀ ଦେଖିବାକୁ ମିଳିବ ।ଅଧିନାୟକତ୍ବ ଭାର ସହ ରାହୁଲଙ୍କ ନିକଟରୁ ଏକ ସଫଳ ଇନିଂସ ଆଶା କରାଯାଉଛି । ଏସିଆ କପରେ ପାକିସ୍ତାନ ବିପକ୍ଷରେ ରାହୁଲ ଜବରଦସ୍ତ ଶତକ ହାସଲ କରିଥିଲେ ଆଜି ତାଙ୍କ ନିକଟରୁ କିଛି ସଫଳ ଇନିଂସ ଆଶା କରୁଛନ୍ତି ଫ୍ୟାନ୍ସ । ଉପଅଧିନାକତ୍ବ ଦାୟିତ୍ବ ସହ ବୋଲିଂ ଓ ଫିଲ୍ଡିରେ ମଧ୍ୟ ଜାଡେଜାଙ୍କୁ ତାଙ୍କା କାରିଗରୀ ଦେଖାଇବାକୁ ହେବ । 2019ରେ ଦୁଇ ଦଳ ମୋହାଲି ଗ୍ରାଉଣ୍ଡରେ ଏକ ମ୍ୟାଚ ଖେଳିଥିଲେ । ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚ ଜିତିଥିଲା । ସେପଟେ ଏକ ସନ୍ତୁଳିତ ଏକାଦଶକୁ ନେଇ ମୈଦାନକୁ ଓହ୍ଲାଇଛି କଙ୍ଗାରୁ ଦଳ ।
ଏହା ବି ପଢନ୍ତୁ....India vs Australia: ଆଜି ପ୍ରଥମ ଦିନିକିଆ, ବିଶ୍ବକପ ପୂର୍ବରୁ ଶେଷ ପରୀକ୍ଷା