ମୁମ୍ବାଇ:ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ପରେ ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେଦିନିକିଆ ସିରିଜ ଆରମ୍ଭ ହୋଇଛି । ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ଦିନିକିଆ ଆରମ୍ଭ ହୋଇଛି । ଭାରତ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ପ୍ରଥମ ଥର ପାଇଁ ଦିନିକିଆରେ କମାଣ ସମ୍ଭାଳିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇଛି ମେନ ଇନ ବ୍ଲୁ । ନିୟମିତ ଅଧିନାୟକ ରୋହିତ ଶର୍ମା ପାରିବାରିକ କାରଣ ପାଇଁ ଅନୁପସ୍ଥିତ ଅଛନ୍ତି ତେଣୁ ତାଙ୍କ ସ୍ଥାନରେ ପାଣ୍ଡ୍ୟା ଦଳର ନେତୃତ୍ବ ନେଇଛନ୍ତି । ସେହିପରି ପାଟ କାମିନ୍ସ ଅନୁପସ୍ଥିତ ଥିବାରୁ ଷ୍ଚିଭେନ ସ୍ମିଥ ଅଷ୍ଟ୍ରେଲିଆର ନେତୃତ୍ବ ନେଇଛନ୍ତି ।
ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ 2-1ରେ ବିଜୟ ପରେ ଦିିନିକିଆରେ ବାଜି ମାରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗ୍ରାଉଣ୍ଡକୁ ଓହ୍ଲାଇଛି ଭାରତ । 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚରେ ବିଜୟ ହାସଲ ଲକ୍ଷ୍ୟରେ ରହିଛି ମେନ ଇନ ବ୍ଲ୍ୟୁ । ଶୁଭମନ ଗିଲ ଓ ଇଷାନ କିଷନ ଓପନିଂ କରିବେ । ଟେଷ୍ଟ ସିରିଜରେ ଶୁଭମନ ଗିଲ ଶତକ ହାସଲ କରିଥିଲେ । ଆଜି ମଧ୍ୟ ତାଙ୍କ ପାଖରୁ ଏକ ସଫଳ ଇନିଂସ ଆଶା କରାଯାଉଛି । ବିରାଟ କୋହଲି ମଧ୍ୟ ଚତୁର୍ଥ ଟେଷ୍ଟରେ ଶତକ ହାସଲ କରି 28 ତମ ଟେଷ୍ଟ ଶତକ ହାସଲ କରିବାର ଗୌରବ ହାସଲ କରିଥିଲେ । ଆଜି ମଧ୍ୟ ତାଙ୍କୁ ବ୍ୟାଟରୁ ବିରାଟ ପ୍ରଦର୍ଶନ ଆଶା କରୁଛନ୍ତି ଫ୍ୟାନ୍ସ । କିିିଛି ଦିନ ହେବ ୱିକେଟକିପର ବ୍ୟାଟର କେଏଲ ରାହୁଲ ଫର୍ମରେ ନାହାନ୍ତି । ଆଜିର ମୁକାବିଲା ତାଙ୍କ ପାଇଁ ଲାଇଫ ଲାଇନ ସଦୃଶ ହୋଇଛି ।
ଏହା ବି ପଢନ୍ତୁ....IND vs AUS ODI: ଆଜି ପ୍ରଥମ ଦିନିକିଆ, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ