ନୁଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ । ବିଶ୍ବକପ ପୂର୍ବରୁ ଭାରତ ବାଜୟ ଯାତ୍ରା ଆରମ୍ଭ ହୋଇଛି । ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ବିଜୟ ଲାଭ କରିଛି । ମୋହାଲି କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଯାହାଫଳରେ ଅଷ୍ଟ୍ରେଲିଆ ପ୍ରଥମ ବ୍ୟାଟିଂ କରିବା ପାଇଁ ପଡିଆକୁ ଓହ୍ଲାଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ୫୦ ଓଭରରେ ୨୭୬ କରିବାରେ ସମର୍ଥ ହୋଇଥିଲା । ଭାରତ ଏହାର ପିଛା କରି ନିରଦ୍ଧାରିତ ଓଭରରେ ୨୮୧ ରନ୍ କରି ମ୍ୟାଚକୁ ନିଜ ଅକ୍ତିଆରକୁ ନେଇଥିଲା । ଫଳରେ ଭାରତ ୫ ୱିକେଟରେ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା ।ଅଧିନାୟକ କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ପଡିଆକୁ ଓହ୍ଲାଇଥିଲା । ତେବେ ମୋହାଲିରେ 27ବର୍ଷ ପରେ ଅଷ୍ଟ୍ରେଲିଆଠୁ ଜିତିଲା ଭାରତ ।
ଭାରତୀୟ ଦଳକୁ ଜିତିବା ପାଇଁ ୧୨ ବଲରେ ୭ ରନ୍ ଆବଶ୍ୟକ ଥିଲାବେଳେ, ୪୯ ଓଭର ନେଇ ଆସିଥିଲେ ଅଷ୍ଟ୍ରେଲିଆର ସନ ଆବଟ୍ଟ । ଅଧିନାୟକ ରାହୁଲ ଗୋଟିଏ ଛକା ମାରି ଭାରତକୁ ୨୮୧ ରନ୍ କରିଥିଲେ ବିଜୟୀ କରିଥିଲେ ।ରାହୁଲ ୬୩ ବଲରୁ ୫୮ ରନ୍ କରି ଅପରାଜିତ ରହିଥିଲେ। ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ ରେ ଆଗୁଆ ରହିଛି ।ଅଧିନାୟକ କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ଭାରତିୟ ଦଳ ପଡିଆକୁ ଓହ୍ଲାଇଥିଲା । ଶେଷ ଓଭର ତୃତୀୟ ବଲରେ କେ.ଏଲ୍ ରାହୁଲ ଏକ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୬୩ ବଲରେ ୫୬ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ । ଭାରତର ମହମ୍ମଦ ଶାମୀ ଦମଦାର ବୋଲିଂ କରି ୫ଟି ୱିକେଟ୍ ହାସଲ କରିଥିଲେ ।