କାନବେରା:କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ 17 ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗିଲେ ବିରାଟ କୋହଲି । ମାତ୍ର 242ଟି ଇନିଂସରେ 12 ହଜାର ଅନ୍ତର୍ଜାତୀୟ ରନ ପୂରଣ କଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଏହାସହ ଦିନିକିଆ ମ୍ୟାଚରେ ସେ ଏହି ଉପଲବ୍ଧି ହାସଲ କରିବାରେ କୋହଲି ଦ୍ରୁତତମ ବ୍ୟାଟସମ୍ୟାନ।
ଦିିନିକିଆରେ 12 ହଜାର ରନ ପୂରଣ କଲେ ବିରାଟ - odi
ଦିିନିକିଆ କ୍ରିକେଟରେ 12 ହଜାର ରନ ପୂରଣ କଲେ ବିରାଟ କୋହଲି। ଅଧିକ ପଢ଼ନ୍ତୁ...

ଦିିନିକିଆରେ 12 ହଜାର ରନ ପୂରଣ କଲେ ବିରାଟ
ସଚିନ ତେନ୍ଦୁଲକର 300 ଇଂନିସରେ 12 ହଜାର ରନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ବିରାଟ କୋହଲି ଏହି ରେକର୍ଡ ହାସଲ କରିଛନ୍ତି। ତୃତୀୟ ଦିନିକିଆରେ ବିରାଟ କୋହଲି 31 ରନ କରିବା ଏହି ଦିନିକିଆ ମ୍ୟାଚର 12 ହଜାର ରନ କ୍ଲବର ସାମିଲ ହୋଇଛନ୍ତି। ଏହାସହ ସେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂଙ୍କ ରେକର୍ଡ ମଧ୍ୟ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ