ଓଡିଶା

odisha

ETV Bharat / sports

ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ପାଖରେ କ୍ଲିନସ୍ବିପ ସୁଯୋଗ: ପଣ୍ଟିଂ - ଭାରତ ଅଷ୍ଟ୍ରେଲିଆ ସିରିଜ ଖବର

ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜିତ ହୋଇଛି। ଏହାପରେ ଅଷ୍ଟ୍ରେଲିଆ ପାଖରେ ଟେଷ୍ଟ ସିରିଜରେ କ୍ଲିନସ୍ବିପ କରିବା ସୁଯୋଗ ରହିଛି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ। ଅଧିକ ପଢ଼ନ୍ତୁ...

Serious wounds opened up, good chance for Australia to go for clean sweep says ex australian captain rickey Ponting
ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ପାଖରେ କ୍ଲିନସ୍ବିପ ସୁଯୋଗ: ପଣ୍ଟିଂ

By

Published : Dec 20, 2020, 5:55 PM IST

ମେଲବର୍ଣ୍ଣ:ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ପରେ ଟିମ ଇଣ୍ଡିଆରୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପ୍ରଥମ ଇଂନିଶରେ ଜବରଦସ୍ତ ବୋଲିଂ ବଳରେ ଦଳ କଙ୍ଗାରୁ ଟିମକୁ 191 ରନରେ ଅଲଆଉଟ କରିବାକୁ ସକ୍ଷମ ହୋଇଥିଲା। ଏହାସତ୍ତ୍ବେ ଭାରତ ବିଜୟ ସ୍ବାଦ ଚାଖି ପାରିନଥିଲା। ମାତ୍ର 36 ରନରେ ଭାରତୀୟ ବ୍ୟାଟ୍ସମେନ ଅଲଆଉଟ ହୋଇଯାଇଥିଲେ।

ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ପାଖରେ କ୍ଲିନସ୍ବିପ ସୁଯୋଗ: ପଣ୍ଟିଂ

ତେବେ ଏହାପରେ ଅଷ୍ଟ୍ରେଲିଆ ପାଖରେ ଟେଷ୍ଟ ସିରିଜରେ କ୍ଲିନସ୍ବିପ କରିବା ସୁଯୋଗ ରହିଛି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ। ଏକ ସ୍ବତନ୍ତ୍ର ସାକ୍ଷାତକାରବେଳେ ରିକି ପଣ୍ଟିଂ କହିଛନ୍ତି ଯେ, " ଗୋଲାପୀ ବଲ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରି ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ 1-0ରେ ଆଗୁଆ ରହିଛି। ଭାରତ କ୍ରିକେଟ ଇତିହାସରେ ସର୍ବନିମ୍ନ ସ୍କୋର କରି 8 ୱିକେଟରେ ପରାସ୍ତ ହୋଇଛି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ପାଖରେ ବାକି ଥିବା 3ଟି ଟେଷ୍ଟ ମ୍ୟାଚ ଜିତିବା ସୁଯୋଗ ରହିଛି। ଏହସହ ଅଷ୍ଟ୍ରେଲିଆ ପାଖରେ ଭ୍ରମଣକାରୀ ଟିମ ଇଣ୍ଡିଆକୁ କ୍ଲିନ ସ୍ବିପ କରିବା ସୁଯୋଗ ରହିଛି।"

ମେଲବର୍ଣ୍ଣ ଟେଷ୍ଟ ମ୍ୟାଚ ଫଳାଫଳ ଗୁରୁତ୍ବପୂର୍ଣ୍ଣ ରହିବ। ଏହାଦ୍ବାରା ସ୍ପଷ୍ଟ ହୋଇଯିବ ଯେ, ଆଗାମୀ ଟେଷ୍ଟ ମ୍ୟାଚ ଗୁଡ଼ିକରେ କେଉଁ ଦଳ କିଭଳି ଭାବରେ ପ୍ରଦର୍ଶନ କରିବ। ପ୍ରଥମ ଟେଷ୍ଟ ମ୍ୟାଚ ପରେ ଭାରତ ଉପରେ ଚାପ ରହିବ। ତେବେ ଭାରତ ବିଜୟ ହାସଲ କରିବାକୁ ବହୁ ସ୍ଥାନରେ ନିଜକୁ ସୁଧାରିବାକୁ ହେବ। ଅପରପକ୍ଷରେ ଅଷ୍ଟ୍ରେଲିଆ ବୋଲରଙ୍କ ମନୋବଳ ଦୃଢ଼ ରହିଛି ବୋଲି କହିଛନ୍ତି ରିକି ପଣ୍ଟିଂ।

ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପାଖରେ ବିରାଟ କୋହଲି ମଧ୍ୟ ରହିବେ ନାହିଁ। ଏହାଦ୍ବାରା ଭାରତକୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିଛି। ଜୋ ବର୍ଣ୍ଣ ଦ୍ବିତୀୟ ଇନିଂଶରେ 63ଟି ବଲରୁ ଦ୍ରୁତ 51 ରନ କରି ୱାର୍ଣ୍ଣରଙ୍କ ଅନୁପସ୍ଥିତିକୁ କିଛି ମାତ୍ରାରେ ଭୁଲାଇବାକୁ ଚେଷ୍ଟା କରିଛନ୍ତି। ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଏହା ଭାରତ ପାଇଁ କ୍ଷତି କାରକ ହୋଇ ପାରେ। ଏହାସହ ଭାରତୀୟ ଦଳରେ ରିଷଭ ପନ୍ତ ଓ ଭୁଭମନ ଗିଲଙ୍କୁ ସାମିଲ କରିବା ସପକ୍ଷରେ ରହିଛନ୍ତି ପଣ୍ଟିଂ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 4ଟିକିଆ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ 1-0ରେ ଆଗୁଆ ରହିଛି। ବର୍ତ୍ତମାନ ଅଷ୍ଟ୍ରେଲିଆ ପାଖରେ ମୋମେଣ୍ଟମ ରହିଛି। ଏଭଳି ସ୍ଥିତିରେ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details