ଓଡିଶା

odisha

ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳର ଅଭ୍ୟାସ ଆରମ୍ଭ

By

Published : Jan 13, 2021, 8:47 PM IST

ଅଷ୍ଟ୍ରେଲିଆ ଗସ୍ତରେ ଆହତ ସମସ୍ୟା ଭାରତୀୟ ଦଳର ପିଛା ଛାଡ଼ିବାର ନାଁ ଧରୁନି। ଏହାସତ୍ତ୍ବେ ଚତୁର୍ଥ ଟେଷ୍ଟା ପାଇଁ ଗାବାରେ ଅଭ୍ୟାସ ଆରମ୍ଭ କରିଛି ଟିମ ଇଣ୍ଡିଆ। ଅଧିକ ପଢ଼ନ୍ତୁ...

Indian team practiced in Brisbane with injury problems
ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳର ଅଭ୍ୟାସ ଆରମ୍ଭ

ବ୍ରିସବେନ: ଅଷ୍ଟ୍ରେଲିଆ ଗସ୍ତରେ ଆହତ ସମସ୍ୟା ଭାରତୀୟ ଦଳର ପିଛା ଛାଡ଼ିବାର ନାଁ ଧରୁନି। ଏହାସତ୍ତ୍ବେ ଆଜି(ବୁଧବାର) ଗାବାରେ ଅଭ୍ୟାସ ଆରମ୍ଭ କରିଛି ଟିମ ଇଣ୍ଡିଆ। ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଦମଦାର ଚୂଡ଼ାନ୍ତ 11 ଜଣ ଖେଳାଳିକୁ ପଡି଼ଆକୁ ଓହ୍ଲାଇବା ଆଶାରେ ରହିଛି ଭାରତୀୟ ଦଳ।

ମାଂସପେଶୀରେ ଆଘାତ ଯୋଗୁଁ ଶେଷ ଟେଷ୍ଟରୁ ବାଦ ପଡ଼ିଛନ୍ତି ଫାଷ୍ଟ ବୋଲର ଜଶପ୍ରୀତ ବୁମରା। ଏହାସତ୍ତ୍ବେ ସେ ପଡ଼ିଆକୁ ଓହ୍ଲାଇଥିବା ଦେଖାଯାଇଛି। କିନ୍ତୁ ସେ କୌଣସି ବୋଲିଂ କିମ୍ବା ଦୌଡ଼ ଅଭ୍ୟାସ କରିନଥିଲେ। ସେ ବୋଲିଂ କୋଚ ଭରତ ଅରୁଣଙ୍କ ସହ କିଛି ଆଲୋଚନା କରୁଥିବା ଦେଖା ଦେଇଥିଲା। ଅଭ୍ୟାସ ବେଳେ ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଖେଳାଳିଙ୍କ ସହ ଆଲୋଚନା କରୁଥିବା ନଜରକୁ ଆସିଛି।

ରୋହିତ ଶର୍ମା, ଶୁଭମନ ଗିଲ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ପଡ଼ିଆରେ ଜବରଦସ୍ତ ଝାଳ ବୁହାଇଛନ୍ତି। ଦଳର ଅନ୍ୟ ଖେଳାଳି ମଧ୍ୟ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ବ୍ରିସବିନ ଟେଷ୍ଟ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। ଏହି ମ୍ୟାଚରେ ବିଜୟୀ ଦଳ ସିରିଜ ବିଜୟୀ ହେବ। ବର୍ତ୍ତମାନ 4ଟିକିଆ ଟେଷ୍ଟ ସିରିଜ 1-1ରେ ବରାବର ରହିଛି। ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଥିବା ନେଇ ବିସିସିଆଇ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details