ଓଡିଶା

odisha

ETV Bharat / sports

ଗାବାରେ ସୁଖିଲା ପିଚ, ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ସମସ୍ୟା !

ଗାବା ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ଗାବାରେ ସୁଖିଲା ପିଚରେ ତୃତୀୟ ଓ ଚତୁର୍ଥ ଦିନରେ ବ୍ୟାଟିଂ ପାଇଁ ସମସ୍ୟା ଦେଖା ଦେବ। ଅଧିକ ପଢ଼ନ୍ତୁ...

By

Published : Jan 15, 2021, 10:44 PM IST

indian batsman may face problem in gaba test match due to dry pitch
ଗାବାରେ ସୁଖିଲା ପିଚ, ଭାରତୀୟ ବ୍ୟାଟସମେନଙ୍କ ପାଇଁ ସମସ୍ୟା !

ବ୍ରିସବେନ:ବ୍ରିସବେନର ଗାବା ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ବା ଶେଷ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳ ଶେଷ ହୋଇଥିବା ବେଳେ, ତୃତୀୟ କିମ୍ବା ଚତୁର୍ଥ ଦିନ ବେଳକୁ ଭାରତକୁ ବହୁ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହାର କାରଣ ଗାବା ମୈଦାନ ଶୁଖିଲା ପିଚ। ଆଗାମୀ ଦିନରେ ପିଚ ଅଳ୍ପ ଅଳ୍ପ ଭାଙ୍ଗିବା ଆରମ୍ଭ କରିପାରେ।

ଟସ ହାରିବା ପରେ ଭାରତକୁ ପ୍ରଥମେ ଫିଲ୍ଡିଂ କରିବାକୁ ପଡ଼ିଛି। ଫଳରେ ଚତୁର୍ଥ ଇନିଂସରେ ଭାରତୀୟ ବ୍ୟାଟସମେନ ମୈଦାନରେ ଛିଡ଼ା ହୋଇଥିବେ। ଖେଳ ଆରମ୍ଭର ପ୍ରଥମ ଦିନରେ ହିଁ ପିଚରୁ ମାଟି ଉଠୁଥିବା ଦେଖା ଯାଇଛି। ଫଳରେ ଆଗାମୀ ଦିନରେ ବୋଲରଙ୍କୁ ପିଚରୁ ଅଧିକ ବାଉଁଶ ଓ ଗତି ମିଳିବ। ସମ୍ଭବତଃ ଯେଉଁ ଦଳ ଶେଷରେ ବୋଲିଂ କରିବ ଅର୍ଥାତ କଙ୍ଗାରୁ ବୋଲର ଏହାର ନିଶ୍ଚୟ ଫାଇଦା ମିଳିବ।

ଏହାର ଏକ ଚିତ୍ର ମଧ୍ୟ ପ୍ରଥମ ଦିନରେ ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିୟ ବ୍ୟାଟସମେନ ଲାବୁସନ 37 ରନ ଖେଳୁଥିବା ବେଳେ ନବଦୀପ ସାଇନିଙ୍କ ଏକ ବଲ ପିଚ ଫାଙ୍କରେ ପଡ଼ିଥିଲା। ଫଳରେ ବଲ ଅଚାନକ ବାଉଁଶ ନେଇ ଲାବୁସନଙ୍କ ବ୍ୟାଟ ଏଡଜ୍ ନେଇ ରାହାଣେଙ୍କ ପାଖକୁ କ୍ୟାଚ ଯାଇଥିଲା। କିନ୍ତୁ ଭାରତୀୟ ଅଧିନାୟକ ଏହି କ୍ୟାଚ ଛାଡ଼ି ଦେଇଥିଲେ।

ଏହାକୁ ନେଇ ଲାବୁସାନ କହିଛନ୍ତି ଯେ, "37 ରନରେ ବ୍ୟାଟିଂ କଲା ବେଳେ ମୋତେ ଲାଗିଲା କି ବଲ ଅଚାନକ ବାଉଁଶ କଲା। ଏହି ପିଚ ବହୁତ ଶୁଖିଲା। ଏହି ପିଚରେ ତୃତୀୟ, ଚତୁର୍ଥ ଓ ପଞ୍ଚମ ଦିନରେ ବ୍ୟାଟିଂ କରିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ମୁଁ ଗାବାରେ ଏଭଳି ପିଚ କେବେ ଦେଖି ନଥିଲି।"

ଲାବୁସନ 108 ରନରେ ଆଉଟ ହୋଇଥିଲେ। ବର୍ତ୍ତମାନ ଅଷ୍ଟ୍ରେଲିଆ ମଜଭୁତ ସ୍ଥିତିରେ ରହିଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦଳ 5 ୱିକେଟ ହରାଇ 274 ରନ କରିଛି। ଭାରତୀୟ ବ୍ୟାଟସମେନ ଏହି ପିଚ ଉପରେ ଖେଳିବେ ତାହାରି ଉପରେ ସଭିଙ୍କ ନଜର।

@ians

ABOUT THE AUTHOR

...view details