ଓଡିଶା

odisha

ETV Bharat / sports

Ind vs Aus: ଶାର୍ଦ୍ଦୁଲ ନା ସିରାଜ? କେଉଁ ବୋଲର ଅଷ୍ଟ୍ରେଲିଆ ଗସ୍ତରେ ପାଇବେ ସୁଯୋଗ ? - shardul thakur

ସୁନୀଲ ଯୋଶୀଙ୍କ ନେତୃତ୍ୱରେ ଚୟନ କମିଟି ଏହି ସପ୍ତାହରେ ଚୟନ କମିଟି ବୈଠକର ସମସ୍ତ ତିନୋଟି ଫର୍ମାଟ୍ ପାଇଁ ଦଳ ଚୟନ କରିବେ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ:

ଅଷ୍ଟ୍ରେଲିଆ ଗସ୍ତ
ଅଷ୍ଟ୍ରେଲିଆ ଗସ୍ତ

By

Published : Oct 20, 2020, 8:05 PM IST

ମୁମ୍ବାଇ:ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତର ଟେଷ୍ଟ ଦଳରେ ପଞ୍ଚମ ଦ୍ରୁତ ବୋଲର ଭାବେ ସ୍ଥାନ ପାଇବା ପାଇଁ ହାଇଦ୍ରାବାଦର ମହମ୍ମଦ ସିରାଜ ଓ ମୁମ୍ବାଇର ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରେ ଲଢେଇ ହେବ । ସେହିପରି ଗୁଜୁରାଟର ବାମହାତୀ ସ୍ପିନର ଅକ୍ଷାର ପଟେଲ ମଧ୍ୟ ଅନ୍ୟଜଣେ ପ୍ରତିଯୋଗୀ ଭାବେ ଉଦ୍ଭା ହୋଇଛନ୍ତି ।

4ଟି ଟେଷ୍ଟର ବହୁ ପ୍ରତିକ୍ଷିତ ସିରିଜ୍ ପୂର୍ବରୁ 2ଟି ସିରିଜ୍ ସୀମିତ ଓଭର (ଟି-20 ଏବଂ ଦିନିକିଆ) ସିରିଜ ମଧ୍ୟ ରହିବ । ତେଣୁ ସୁନୀଲ ଯୋଶୀଙ୍କ ନେତୃତ୍ୱରେ ଚୟନ କମିଟି ଏହି ସପ୍ତାହରେ ଚୟନ କମିଟି ବୈଠକର ସମସ୍ତ ତିନୋଟି ଫର୍ମାଟ୍ ପାଇଁ ଦଳ ଚୟନ କରିବେ ବୋଲି ଆଶା କରାଯାଉଛି । ମହମ୍ମଦ ଶାମି, ଜସପ୍ରୀତ ବୁମରା ଏବଂ ଉମେଶ ଯାଦବଙ୍କ ସହ ନବଦୀପ ସାଇନିଙ୍କ ଚତୁର୍ଥ ଦ୍ରୁତ ବୋଲର ଭାବେ ଦଲରେ ସ୍ଥାନ ପାଇ ପାରନ୍ତି । ସେପଟେ ଭୁବନେଶ୍ୱର କୁମାର (ଜଙ୍ଘ ଆଘାତ) ଏବଂ ଇଶାନ୍ତ ଶର୍ମା (ମାଂସପେଶୀ) କାରଣରୁ ସିରିଜରୁ ବାହାରିବେ ବୋଲି ଆଶା କରାଯାଉଛି ।

ଇଣ୍ଡିଆ ଏ ଏବଂ ରଣଜୀ ଟ୍ରଫି ଦଳ ପାଇଁ ଲମ୍ବା ଫର୍ମାଟ୍ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ସିରାଜ ପଞ୍ଚମ ଦ୍ରୁତ ବୋଲର ଭାବେ ସ୍ଥାନ ପାଇପାରିବେ । ନୂଆ ବଲ ସୁଇଙ୍ଗ କରିବାର କ୍ଷମତା ଥିବା ଶାର୍ଦ୍ଦୁଲ ମଧ୍ୟ ଦଳରେ ସ୍ଥାନ ପାଇବାକୁ ଚ୍ୟାଲେଞ୍ଜ କରିବେ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କର ଟେଷ୍ଟ୍ ଡେବ୍ୟୁ ଏକ ଦୁସ୍ୱପ୍ନ ଭଳି ଥିଲା । ଯେତେବେଳେ ସେ ମାଂସପେଶୀ ଚାପ ଯୋଗୁଁ ପ୍ରଥମ ଓଭରରେ ମ୍ୟାଚ୍ରୁ ବାଦ ପଡିଥିଲେ । ପୂର୍ବତନ ଚୟନ କମିଟିର ଅଧ୍ୟକ୍ଷ ଏମଏସକେ ପ୍ରସାଦ କହିଛନ୍ତି, "ଗତ କିଛି ସିଜିନରେ ସିରାଜ ଭାରତ ଏ ପାଇଁ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ମୁଁ ଭାବୁଛି ସେ ଜଣେ ଭଲ ରେଡ ବଲ ବୋଲର ଏବଂ ଅଷ୍ଟ୍ରେଲୀୟ ଅବସ୍ଥାରେ ଏହା ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହୋଇପାରେ।"

ସୀମିତ ଓଭର ଫର୍ମାଟରେ ଲୋକେଶ ରାହୁଲ ପ୍ରଥମ ପସନ୍ଦ ହୋଇଥିବାବେଳେ ଋଷଭ ପନ୍ତ (ସମସ୍ତ ଫର୍ମାଟ୍) ଏବଂ ସଞ୍ଜୁ ସାମସନ୍ (କେବଳ ଟି -20) ପାଇଁ ଚୟନ ହୋଇପାରନ୍ତି । ରିଦ୍ଧିମାନ ସାହା ମଧ୍ୟ ଟେଷ୍ଟ ଦଳର ଏକ ଅଂଶ ହେବେ । ସମସ୍ତ ଫର୍ମାଟ ପାଇଁ ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ ଏବଂ ଶୁଭମାନ ଗିଲ ଉପଲବ୍ଧ ହେବେ ।

ସମ୍ଭାବ୍ୟ ଦଳ (ସମସ୍ତ ଫର୍ମାଟରେ):

  • ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, କେ.ଏଲ୍ ରାହୁଲ, ଶିଖର ଧାୱନ, ପୃଥ୍ବୀ ଶ, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ମନୀଷ ପାଣ୍ଡେ, ଶ୍ରେୟସ୍ ଆୟର୍, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ସଞ୍ଜୁ ସାମସନ୍, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ୍, ୟୁଜବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ଉମେଶ ଯାଦବ, ନବଦୀପ ସାଇନି, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ ଏବଂ ମହମ୍ମଦ ସିରାଜ ।

ABOUT THE AUTHOR

...view details