ଲଣ୍ଡନ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଐତିହାସିକ ବର୍ଡର ଗାଭାସ୍କର ଟ୍ରଫିକୁ କବଜା କରିଛି। ଏହି ବିଜୟ ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱନ ସୋସିଆଲ ମିଡିଆରେ ଟ୍ରୋଲ ହେବାରେଲ ଲାଗିଛନ୍ତି। ପ୍ରଥମ ଟେଷ୍ଟ ଭାରତର ଶୋଚନୀୟ ପରାଜୟ ହୋଇଥିଲା। ଦ୍ବିତୀୟ ଇନିଂଶରେ ଭାରତ କେବଳ 36ରେ ଅଲଆଉଟ ହୋଇ ଯାଇଥିଲା। ଏଭଳି ପ୍ରଦର୍ଶନ ପରେ ଟିମ ଇଣ୍ଡିଆ ସିରିଜରେ ଗୋଟିଏ ବି ମ୍ୟାଚ ଜିତି ପାରିବ ନାହିଁ ବୋଲି ସେ କଡ଼ା ମନ୍ତବ୍ୟ ଦେଇଥିଲେ।
ପ୍ରଥମ ଟେଷ୍ଟ ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଭାରତ ଟେଷ୍ଟ ମ୍ୟାଚ ଖେଳିଥିଲା। ତେବେ ଏହି ମ୍ୟାଚରେ ଶୋଚନୀୟ ପରାଜୟ ହେବା ବିରାଟ କୋହଲି ପାଟରନାଲ ଛୁଟିରେ ସ୍ବଦେଶ ଫେରି ଆସିଥିଲେ। ଏଭଲି ସ୍ଥିତିରେ ଭାରତ ଏହି ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ବାଇଟ ୱାସ ହେବ ବୋଲି ମାଇକେଲ ୱନ ମନ୍ତବ୍ୟ ଦେଇଥିଲେ।
ଏହାପରେ ଭାରତ ସହ ଆହତଜନିତ ସମସ୍ୟା ଲାଗି ରହିଥିଲା। ଏହାସତ୍ତ୍ବେ ଭାରତ ଚମତ୍କାର ପ୍ରଦର୍ଶନ କରି ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଥିଲା। ଏହାପରେ ତୃତୀୟ ମ୍ୟାଚରେ କଡ଼ା ସଂଘର୍ଶ କରି ଡ୍ର ରଖିଥିବା ବେଳେ ଗାବା ଟେଷ୍ଟ ବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଐତିହାସିକ ବିଜୟ ହାସଲ କରିଛି। ଏହାପରେ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି ମାଇକେଲ ୱନ।
ଜଣେ ଭାରତୀୟ ଫ୍ୟାନ ଟ୍ବିଟ କରି ଲେଖିଛନ୍ତି "କୁଆଡ଼େ ଗଲେ ମାଇକେଲ ୱନ"।
ଏହାପରେ ଜଣେ ଫ୍ୟାନ ଟ୍ବିଟ କରିଛନ୍ତି ଯେ, "ଭାରତ ଅଷ୍ଟ୍ରେଲିଆକୁ ହରାଇବା ପରେ ଇଂଲଣ୍ଡ ଖୁସି ହେଉଥିବ। କିନ୍ତୁ ପରବର୍ତ୍ତୀ ଟେଷ୍ଟ ସିରିଜ ଭାରତ ସହ ଅଛି ଜାଣିବା ପରେ ଦୁଃଖ ଅନୁଭବ କରୁଥିବ।"