ଓଡିଶା

odisha

ETV Bharat / sports

ମେଲବର୍ଣ୍ଣରେ ଆଡିଲେଡ ଭଳି ପିଚ ଆଶା କରୁଛି: ପାଟ କମିନ୍ସ

ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଭାରତ ଶୋଚନୀୟ ପରାଜୟ ହୋଇଛି। ମେଲବର୍ଣ୍ଣରେ ଖେଳାଯାଉଥିବା ଦ୍ବିତୀୟ ମ୍ୟାଚରେ ମଧ୍ୟ ଆଡିଲେଡ ଭଳି ପିଚ ଆଶା ରଖିଛନ୍ତି କଙ୍ଗାରୁ ବୋଲର ପାଟ କମିନ୍ସ। ଅଧିକ ପଢନ୍ତୁ...

By

Published : Dec 20, 2020, 5:11 PM IST

Cummins wants sporting MCG pitch for Boxing day Test like adilaide
ମେଲବର୍ଣ୍ଣରେ ଆଡିଲେଡ ଭଳି ପିଚ ଆଶା କରୁଛି: ପାଟ କମିନ୍ସ

ଆଡିଲେଡ:ଭାରତୀୟ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଶୋଚନୀୟ ଭାବେ ପରାଜୟ ହୋଇଛି। ଦ୍ବିତୀୟ ଇନିଂଶରେ ମାତ୍ର 36 ରନରେ ଅଲଆଉଟ ହୋଇଥିଲା ଟିମ ଇଣ୍ଡିଆ। ଆଡିଲେଡର ପିଚ ବୋଲରଙ୍କୁ ସହାୟ ହୋଇଥିଲା । ତେବେ ଏହାର ଫାଇଦା ଉଠାଇଥିଲେ କଙ୍ଗାରୁ ଦଳ ବୋଲର। ଫଳରେ ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡର ଧରାଶାୟୀ ହୋଇ ପଡ଼ିଥିଲା। ମେଳବର୍ଣ୍ଣରେ ହେବାକୁଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ମଧ୍ୟ ସମାନ ଧରଣ ସ୍ପୋର୍ଟିଂ ପିଚ ଆଶା କରୁଛନ୍ତି ଅଷ୍ଟ୍ରେଲିଆର ଷ୍ଟ୍ରାଇକ ବୋଲର ପାଟ କମିନ୍ସ।

ମେଲବର୍ଣ୍ଣରେ ଆଡିଲେଡ ଭଳି ପିଚ ଆଶା କରୁଛି: ପାଟ କମିନ୍ସ

ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତାକାର ଦେଇ ଏଭଳି କହିଛନ୍ତି କଙ୍ଗାରୁ ଦଳ ବୋଲର ପାଟ କମିନ୍ସ। ସେ କହିଛନ୍ତି ଯେ, "2017 ଓ 2018 ମସିହାରେ ଇଂଲଣ୍ଡ ବିରୋଧରେ ଆସେସ ସିରିଜ ବେଳେ ମେଲବର୍ଣ୍ଣ କ୍ରିକେଟ ପିଚ ବହତୁ ସପାଟ ରହିଥିଲା। ଏଥିପାଇଁ ଏହି ପିଚରୁ ବୋଲରଙ୍କୁ ସେତେଟା ସହାୟତା ମିଳି ପାରିନଥିଲା। ଏହି ପିଚରେ ପୂର୍ବରୁ ଭାରତ ସହ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ମଧ୍ୟ ପିଚରେ ବୋଲରଙ୍କୁ କୌଣସି ସହାୟତା ମିଳିପାରିନଥିଲା। ମୁଁ ଆଶା କରୁଛି ମେଲବର୍ଣ୍ଣରେ ହେବାକୁ ଥିବା ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ଆଡିଲେଡ ଭଲି ପିଚ ରହିଥିବ।"

ଗତ ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ବୋଲରଙ୍କ ପାଇଁ ଏଠାରେ ଭଲ ୱିକେଟ ରହିଥିଲା। ପିଚରେ ବାଉଂଶ ଓ ଟର୍ନ ମଧ୍ୟ ରହିଥିଲା । ଏଡିଲେଡ ବିଜୟ ବହୁତ ସନ୍ତୋଷ ଜନକ ରହିଥିଲା। ଏହି ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ପାଟ କମିନ୍ସ।

ଆଡିଲେଡରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ 16 ଓଭର ମଧ୍ୟରେ ମାତ୍ର 36 ରନ କରି ସମସ୍ତ ୱିକେଟ ହରାଇଥିଲା। ଯଦିଓ ଭାରତ 9ୱିକେଟ ହରାଇଥିଲା, ଶେଷ ବ୍ୟାଟ୍ସମ୍ୟାନ ମହମ୍ମଦ ସାମୀ ଆହତ ହୋଇଥିବାରୁ ଆଉ ବ୍ୟାଟିଂ କରି ପାରିନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହେଜେଲଉଡ 5ଟି ଓ ପାଟ କମିନ୍ସ 4ଟି ୱିକେଟ ନେଇଥିଲେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details