ସିଡନୀ: ବିସିସିଆଇକୁ ଧନ୍ୟବାଦ ଦେଲା କ୍ରିକେଟ ଅଷ୍ଟ୍ରେଲିଆ। ବର୍ଡର ଗାଭାସ୍କର ଟ୍ରଫି ସଫଳତାର ସହ ଶେଷ ହୋଇଛି। ଏଥିରେ ବିସିସିଆଇ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇ ଏକ ଚିଠି ଲେଖିଛି କ୍ରିକେଟ ଅଷ୍ଟ୍ରେଲିଆ। ଗତକାଲି(ମଙ୍ଗଳବାର) ବର୍ଡର ଗାଭାସ୍କାର ଟ୍ରଫିକୁ 2-1ରେ ଜିତି ନେଇଛି ଭାରତ।
କ୍ରିକେଟ ଅଷ୍ଟ୍ରେଲିଆ ବିସିସିଆଇକୁ ଟ୍ବିଟ କରି ଲେଖିଛି ଯେ, "ବନ୍ଧୁତା ଓ ବିଶ୍ବାସର ଏହି ସିରିଜକୁ ସଫଳତାର ସହ ଶେଷ କରିବା ପାଇଁ ବିସିସିଆଇର ସହଯୋଗ ଯୋଗୁଁ କ୍ରିକେଟ ଅଷ୍ଟ୍ରେଲିଆ କୃତଜ୍ଞ। ଏହି ସିରିଜ ଲକ୍ଷ ଲକ୍ଷ କ୍ରିକେଟ ପ୍ରେମୀଙ୍କ ମୁହଁରେ ସେତେବେଳେ ଖୁସି ଆଣି ଦେଇଛି, ଯେତେବେଳେ ଏହାର ଆବଶ୍ୟକତା ଥିଲା। ବିଶ୍ବରେ ମହାମାରୀ ସଙ୍କଟ ସମୟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିଥିବାରୁ ପ୍ରତ୍ୟେକ ଖେଳାଳିଙ୍କୁ ଧନ୍ୟବାଦ। ଏହାସହ କୋଚ, ସପୋର୍ଟ ଷ୍ଟାଫ ଓ ଅନ୍ୟନ ସହାୟକ କର୍ମଚାରୀଙ୍କୁ ମଧ୍ୟ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଧନ୍ୟବାଦ।"