ଓଡିଶା

odisha

By

Published : Jan 31, 2023, 4:26 PM IST

ETV Bharat / sports

INDvsNZ 3rd T20: କାଲି ତୃତୀୟ ଟି-୨୦ ମ୍ୟାଚ, ଅହମ୍ମଦାବାଦରେ ପହଁଞ୍ଚିଲା ଟିମ ଇଣ୍ଡିଆ

ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଜାରି ରହିଛି । ତୃତୀୟ ଟି୨୦ ମ୍ୟାଚ ପାଇଁ ଅହମ୍ମଦାବାଦରେ ପହଁଞ୍ଚିଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଟିମ ଇଣ୍ଡିଆକୁ ସ୍ବାଗତ କରାଯାଉଛି
ଟିମ ଇଣ୍ଡିଆକୁ ସ୍ବାଗତ କରାଯାଉଛି

ଅହମ୍ମଦାବାଦ : ତୃତୀୟ ଟି୨୦ ମ୍ୟାଚ ପାଇଁ ଅହମ୍ମଦାବାଦରେ ପହଁଞ୍ଚିଲା ଟିମ ଇଣ୍ଡିଆ । ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଜାରି ରହିଛି । ପ୍ରଥମ ଟି୨୦ ଓ ଦ୍ବିତୀୟ ଟି୨୦ ମ୍ୟାଚ ଶେଷ ହୋଇଛି । ସିରିଜ ୧-୧ ରେ ବରାବାର ରହିଛି । ଏହି ସିରିଜର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ ଆସନ୍ତାକାଲି (ବୁଧବାର) ଅହମ୍ମଦାବାଦରେ ଖେଳାଯିବ । ସନ୍ଧ୍ୟା ୭ ଟା ବେଳେ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ ଖେଳାଯିବ । ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆ ଏବଂ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଅହମ୍ମଦାବାଦରେ ପହଁଞ୍ଚିଛନ୍ତି । ଏହାର ଭିଡିଓ BCCI ଟ୍ବିଟର ହ୍ୟାଣ୍ଡଲରେ ସେୟାର କରାଯାଇଛି । ଅହମ୍ମଦାବାଦରେ ପହଞ୍ଚିଲା ପରେ ଟିମ ଇଣ୍ଡିଆକୁ ଜୋରଦାର ସ୍ବାଗତ କରାଯାଇଥିଲା ।

BCCI ଟ୍ବିଟରରେ ଏହି ଭିଡିଓକୁ ସେୟାର କରିଥିବା ବେଳେ କ୍ୟାପସନରେ ଲେଖିଛି "ହେଲୋ ଅହମ୍ମଦାବାଦ । ଆମେ ଭାରତ ବନାମ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟି୨୦ ମ୍ୟାଚ ଖେଳିବା ପାଇଁ ଏଠାକୁ ଆସିଛୁ ।" ତେବେ ତୃତୀୟ ଟି୨୦ ମ୍ୟାଚରେ ଉଭୟ ନ୍ୟୁଜିଲାଣ୍ଡ ଏବଂ ଭାରତ ସିରିଜ କବଜା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ । ଏହି ସିରିଜର ପ୍ରଥମ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା । ଦ୍ବିତୀୟ ଟି୨୦ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଥିଲା । ତେବେ ଏହି ସିରିଜ ଜିତିବାକୁ ହେଲେ ତୃତୀୟ ଟି୨୦ ମ୍ୟାଚ ହାତେଇବାକୁ ଉଭୟ ଅପ୍ରାଣ ଉଦ୍ୟମ କରିବେ ।

ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜ ଭାରତ ୩-୦ରେ କ୍ଲିନ ସ୍ବିପ କରିଥିଲା । ତେବେ ନ୍ୟୁଜିଲାଣ୍ଡ ଟି୨୦ ସିରିଜ ଜିତି ଭାରତଠୁ ପ୍ରତିଶୋଧ ନେବାକୁ ଚାହିଁବ । ସେପଟେ ଘରୋଇ ମାଟିରେ ଭାରତର ପ୍ରଦର୍ଶନ ଜବରଦସ୍ତ ରହିଛି । ଦିନିକିଆ ସିରିଜ କ୍ଲିନ ସ୍ବିପ କରି ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି । ହାର୍ଦ୍ଦିକ ଏଣ୍ଡ କୋ ତୃତୀୟ ଟି୨୦ ମ୍ୟାଚ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ।

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ରାଞ୍ଚିରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତକୁ ନ୍ୟୁଜିଲାଣ୍ଡ ୨୧ ରନରେ ପରାସ୍ତ କରିଥିଲା । ଅଲରାଉଣ୍ଡର ୱାସିଙ୍ଗଟନ ସୁନ୍ଦରଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ପ୍ରଥମ ଟି୨୦ ମ୍ୟାଚରେ ପରାଜୟର ମୁହଁ ଦେଖିଥିଲା । ସେହିପରି ଦ୍ବିତୀୟ ଟି୨୦ ମ୍ୟାଚ ଲକ୍ଷ୍ନୌରେ ଖେଳାଯାଇଥିଲା । ଦ୍ବିତୀୟ ଟି୨୦ ମ୍ୟାଚରେ କମାଲ କରିଥିଲେ ବୋଲର । ନ୍ୟୁଜିଲାଣ୍ଡକୁ ୯୯ ରନରେ ଅଟକାଇଥିଲା ଭାରତ । ତଥାପି ଭାରତକୁ ବିଜୟ ହାସଲ ପାଇଁ କଡା ପରିଶ୍ରମ କରିବାକୁ ପଡିଥିଲା । ଭାରତ ୬ ୱିକେଟରେ ଦ୍ବିତୀୟ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ।

ABOUT THE AUTHOR

...view details