ଓଡିଶା

odisha

ETV Bharat / sports

ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିିରିଜ: ଅହମ୍ମଦାବାଦରେ ପହଞ୍ଚିଲା ଟିମ ଇଣ୍ଡିଆ - ଭାରତ ବନାମ ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ

ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିିରିଜ ପାଇଁ ଅହମ୍ମଦାବାଦରେ ପହଞ୍ଚିଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

India squad arrives in Ahmedabad ahead of ODI series against West Indies
ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିିରିଜ ପାଇଁ ଅହମ୍ମଦାବାଦରେ ପହଞ୍ଚିଲା ଟିମ ଇଣ୍ଡିଆ

By

Published : Jan 31, 2022, 9:19 PM IST

Updated : Jan 31, 2022, 9:29 PM IST

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଟିମ ଖେଳାଳି ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ ପାଇଁ ଅହମ୍ମଦାବାଦ ପହଞ୍ଚିସାରିଛନ୍ତି । ସମସ୍ତ ଖେଳାଳି ରବିବାର ଓ ସୋମବାର ମଧ୍ୟରେ ବାୟୋବବଲରେ ପ୍ରବେଶ କରିଛନ୍ତି । ଭାରତୀୟ କ୍ରିକେଟ ବୋର୍ଡ(BCCI)ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ସ୍କ୍ବାଡ୍‌ର ସମସ୍ତ ସଦସ୍ୟ ୩ ଦିନ କ୍ବାରେଣ୍ଟିନରେ ରହିବେ ।

ଏହାମଧ୍ୟ ପଢନ୍ତୁ: IPL 2022: ଲକ୍ଷ୍ନୌ ସୁପର ଜିଆଣ୍ଟସର ଲୋଗୋ ଉନ୍ମୋଚିତ

ରୋହିତ ଶର୍ମା ଏହି ସିରିଜରେ ପ୍ରଥମ ଥର ଭାରତର ସୀମିତ ଓଭର ଟିମର ନିୟମିତ ଅଧିନାୟକ ଭାବେ ନଜର ଆସିବେ । ମାଂସପେଶୀରେ ଆଘାତ କାରଣରୁ ସେ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍‌ ପଡିଥିଲେ ।

ଅନ୍ୟପଟେ ଲେଗସ୍ପିନର ୟୁଜଭେନ୍ଦ୍ର ଚହଲ ଶନିବାର ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରୁଥିବାର ଫଟୋ ପୋଷ୍ଟ କରିଛନ୍ତି । ବିମାନରେ ଶିଖର ଧାୱନଙ୍କ ସହିତ ଚହଲ ବସିଛନ୍ତି । ସ୍ପିନର କୁଲଦୀପ ଯାଦବଙ୍କ ମଧ୍ୟ ଟିମରେ ପ୍ରତ୍ୟାବର୍ତ୍ତନ ହୋଇଛି । ସେହିପରି ଯୁବ ଲେଗ୍‌ ସ୍ପିନର ରବି ବିଷ୍ଣୋଇଙ୍କୁ ପ୍ରଥମ ଥର ଟିମରେ ସ୍ଥାନ ମିଳିଛି ।

ଏହାମଧ୍ୟ ପଢନ୍ତୁ: ଲିଡର ହେବାକୁ ଆବଶ୍ୟକ ନାହିଁ ଅଧିନାୟକ ପଦ: ବିରାଟ କୋହଲି

COVID-୧୯ର ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି BCCI ୩ଟି ଏକଦିବସୀୟ ଅନ୍ତର୍ଜାତୀୟ ଓ ୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ର ଆୟୋଜନ ସ୍ଥାନ କରି ଦୁଇଟିରେ ସୀମିତ ରଖିଛି । କୋଲକାତାରେ ଟି-୨୦ ସିରିଜର ୩ଟି ମ୍ୟାଚ୍‌ ଖେଳାଯିବ । ଇଂଲଣ୍ଡ ବିପକ୍ଷରେ ଘରୋଇ ଟି-୨୦ ସିରିଜ ଜିତିବା ପରେ ୱେଷ୍ଟଇଣ୍ଡିଜ ଟିମ ଭାରତ ପହଞ୍ଚିବ ।

Last Updated : Jan 31, 2022, 9:29 PM IST

ABOUT THE AUTHOR

...view details