ହାଇଦ୍ରାବାଦ: ବାପା ହେଲେ ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମରା । ଆଜି ବୁମରାଙ୍କ ପତ୍ନୀ ସଞ୍ଜନା ଗନେଶନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ଫ୍ୟାନ୍ସଙ୍କୁ ଏକ୍ସ ମାଧ୍ୟରେ ଖୁସି ଖବର ଦେଇଛନ୍ତି ବୁମରା । ଶିଶୁପୁତ୍ରର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ନବଜାତ ଶିଶୁପୁତ୍ର, ବୁମରା ଓ ତାଙ୍କ ସ୍ତ୍ରୀର ହାତ ରହିଛି ।
ବୁମରା ଏକ୍ସରେ କହିଛନ୍ତି ଯେ, ଆମ ଛୋଟ ପରିବାର ବଡ଼ ହୋଇଛି ଏବଂ ଆମ ଯେତିକି ଭାବିଥିଲୁ ତାହାଠାରୁ ଅଧିକ ଖୁସି ଅଛୁ । ଆଜି ସକାଳ ସମୟରେ ଆମର ଶିଶୁପୁତ୍ର ଅଙ୍ଗଦ ଯଶପ୍ରୀତ ବୁମରାଙ୍କୁ ଦୁନିଆକୁ ସ୍ବାଗତ କରୁଛି । ଆମ ଜୀବନର ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ।
ଏହା ମଧ୍ୟ ପଢନ୍ତୁ-Asia Cup 2023: ନେପାଳ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତ ଫେରିଆସିଲେ ବୁମରା, ଜାଣନ୍ତୁ କାରଣ
ରବିବାର ବ୍ୟକ୍ତି କାରଣ ଦର୍ଶାଇ ଭାରତ ଓ ନେପାଳ ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କାରୁ ଭାରତକୁ ଫେରିଥିଲେ । କଲମ୍ବୋରୁ ସେ କଣ ପାଇଁ ହଠାତ୍ ମୁମ୍ବାଇ ଫେରିଲେ ସେନେଇ ବିସିସିଆଇ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନଥିଲା । ଆଜି ସକାଳେ ଏହାର କାରଣ ସ୍ପଷ୍ଟ ହୋଇଛି । ବାପା ହୋଇଛନ୍ତି ବୁମରା। ଆଜି ନେପାଳ ବିପକ୍ଷରେ ଖେଳାଯିବାକୁ ଥିବା ଖେଳିବେ ନାହିଁ ବୁମରା । କିନ୍ତୁ ସୁପର ୪ ରେସ୍ରେ ଥିବା ଭାରତ ନେପାଳ ବିପକ୍ଷରେ ମ୍ୟାଚ୍ ଖେଳିବା ପୂର୍ବରୁ ଦଳର ଷ୍ଟାର ବୋଲର ଭାରତ ଫେରିଆସିବା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି ।
ଶନିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ପାକିସ୍ତାନ ବିପକ୍ଷରେ ଭରତୀୟ ବ୍ୟାଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ରହିବା ବେଳେ ବୁମରା ବ୍ୟାଟିଂ କରିବାକୁ ଆସିଥିଲେ । ସେଥିରେ ବେଶ ଲୟରେ ବ୍ୟାଟିଂ କରିଥିଲେ ବୁମରା । ବର୍ଷା ଯୋଗୁଁ ବୁମରାଙ୍କୁ ବୋଲିଂ କରିବାର ସୁଯୋଗ ମିଳିନଥିଲା । ଆଜି ଭାରତୀୟ ଦଳ ନେପାଳ ବିପକ୍ଷରେ ମ୍ୟାଚ ଖେଳିବ । ଏହାପରେ ସୁପର-୪ ରାଉଣ୍ଡ ମ୍ୟାଚ୍ ମଧ୍ୟ ଖେଳାଯିବ । ଆସନ୍ତା ସେପ୍ଟେମ୍ବର ୬ରୁ ଏସିଆ କପ୍ ସୁପର-୪ ଷ୍ଟେଜ୍ର ମ୍ୟାଚ୍ ଖେଳାଯିବ । ହେଲେ ଏହା ପୂର୍ବରୁ ବୁମରା ପୁଣି ଟିମକୁ ଫେରିବେ ନା ନାହିଁ ସେନେଇ ସ୍ପଷ୍ଟ କରାଯାଇ ନାହିଁ ।
ଆହତ ଜନିତ ସମସ୍ୟାରୁ 11 ମାସ ଭାରତୀୟ ଟିମ୍ଠାରୁ ଦୂରରେ ରହିଥିଲେ ବୁମରା । ଏହାପରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଜବରଦସ୍ତ କମ୍ବ୍ୟାକ କରିଥିଲେ । ଅଧିନାୟକ ଦାୟିତ୍ବ ତୁଲାଇବା ସହ ପ୍ରଥମ ମ୍ୟାଚର ପ୍ରଥମ ଓଭରରେ 2ଟି ଓ୍ବିକେଟ ନେଇଥିଲେ । ବୁମରାଙ୍କ ନେତୃତ୍ବିରେ ସିରିଜ ହାତେଇଥିଲା ଭାରତ ।