ଓଡିଶା

odisha

By

Published : May 31, 2021, 9:05 PM IST

ETV Bharat / sports

ଅଗରକରଙ୍କ ସତର୍କବାଣୀ, ନ୍ୟୁଜିଲାଣ୍ଡକୁ ହାଲୁକାରେ ନେବା ଭାରତକୁ ପଡିପାରେ ମହଙ୍ଗା

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ବିରାଟ କୋହଲିଙ୍କ ନେତୃତ୍ବରେ ଫାଇନାଲ ଖେଳିବାକୁ ଥିବା ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ହାଲୁକା ଭାବେ ନେବା ଉଚିତ ନୁହେଁ କହିଛନ୍ତି, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର । ଅଧିକ ପଢନ୍ତୁ...

India should not underestimate New Zealand in WTC final: Agarkar
ଅଗରକରଙ୍କ ସତର୍କବାଣୀ, ନ୍ୟୁଜିଲାଣ୍ଡକୁ ହାଲୁକାରେ ନେବା ଭାରତକୁ ପଡିପାରେ ମହଙ୍ଗା

ମୁମ୍ବାଇ:ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌କୁ ନେଇ କ୍ରିକେଟ ମହଲରେ ବଢୁଛି ଉଷ୍ମତା । ବିରାଟ କୋହଲିଙ୍କ ନେତୃତ୍ବରେ ଫାଇନାଲ ଖେଳିବାକୁ ଥିବା ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ହାଲୁକା ଭାବେ ନେବା ଉଚିତ ହେବନାହିଁ । ଏହା କହିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର ।

ଅଗରକରଙ୍କ ସତର୍କବାଣୀ, ନ୍ୟୁଜିଲାଣ୍ଡକୁ ହାଲୁକାରେ ନେବା ଭାରତକୁ ପଡିପାରେ ମହଙ୍ଗା

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଉଲରେ ଜୁନ 18ରୁ WTC ଫାଇନାଲ ମୁକାବିଲା ଖେଳାଯିବ । ଏହାପୂର୍ବରୁ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଦୁଇଟି ଟେଷ୍ଟ ଇଂଲଣ୍ଡ ବିପକ୍ଷରେ ଖେଳିବ । ଏହି ସିରିଜ ଜୁନ 2ରୁ ଆରମ୍ଭ ହେବ ।

ଗତ କିଛି ବର୍ଷ ମଧ୍ୟରେ ଏକାଧିକ ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟ ମ୍ୟାଚରେ ଭାରତର ପ୍ରଦର୍ଶନ ଭଲ ରହିନାହିଁ । ଏଥିରେ ଟି20 ବିଶ୍ବକପ, ଚମ୍ପିଆନ୍ସ ଟ୍ରଫି ଓ ବିଶ୍ବକପ ମଧ୍ୟ ସାମିଲ ରହିଛି । ସେଥିପାଇଁ ଭାରତକୁ ଧ୍ୟାନର ସହ ଏହି ଆଇସିସି ଇଭେଣ୍ଟର ଫାଇନାଲ ମ୍ୟାଚରେ ଖେଳିବାକୁ ହେବ କହି ସତର୍କ କରିଛନ୍ତି ଅଗରକର ।

ଭାରତୀୟ ଟିମ ଜୁନ୍‌ 3, 2021ରେ ଏଖ ସ୍ବତନ୍ତ୍ର ଚାଟାର୍ଡ ବିମାନ ଯୋଗେଁ ୟୁକେରେ ପହଞ୍ଚିବ । ଭାରତରେ 14ଦିନ କ୍ବାରେଣ୍ଟିନରେ ରହିବା ପରେ ୟୁକେ ଯାତ୍ରା କରିବ ବିରାଟ ବାହିନୀ । ଅନ୍ୟପଟେ ନ୍ୟୁଜିଲାଣ୍ଡ ଟିମ ଇଂଲଣ୍ଡରେ ରହିଛି ଓ ଜୁନ 15ରେ ସାଉଥାମ୍ପଟନରେ ପହଞ୍ଚିବା ସହ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details