ଓଡିଶା

odisha

IND vs SL: ହୁଡ୍ଡା ଓ ଅକ୍ଷରଙ୍କ ବିସ୍ଫୋରକ ପାଳି, ଶ୍ରୀଲଙ୍କା ଆଗରେ ୧୬୩ ରନ ଟାର୍ଗେଟ

By

Published : Jan 3, 2023, 8:45 PM IST

Updated : Jan 3, 2023, 9:27 PM IST

ଶ୍ରୀଲଙ୍କା ଆଗରେ ୧୬୩ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ । ଭାରତ ଶ୍ରୀଲଙ୍କା ମଧ୍ୟରେ ଆଜି ପ୍ରଥମ ଟି୨୦ ମ୍ୟାଚ ଖେଳାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୨ ରନ କରିଛି । ଦୀପକ ହୁଡା ଓ ଅକ୍ଷର ପଟେଲ ବିସ୍ଫୋରକ ପାଳି ଖେଳିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା
ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ : ଶ୍ରୀଲଙ୍କା ଆଗରେ ୧୬୩ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ । ଭାରତ ଶ୍ରୀଲଙ୍କା ମଧ୍ୟରେ ଆଜି ପ୍ରଥମ ଟି୨୦ ମ୍ୟାଚ ଖେଳାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୨ ରନ କରିଛି । ଦୀପକ ହୁଡ୍ଡା ଓ ଅକ୍ଷର ପଟେଲ ବିସ୍ଫୋରକ ପାଳି ଖେଳିଛନ୍ତି ।

ବର୍ଷ ଆରମ୍ଭରୁ ଘରୋଇ ମାଟିରେ ସିରିଜ ଖେଳୁଛି ଭାରତ । ଯୁବ ବ୍ୟାଟର ଦୀପକ ହୁ଼ଡା ତାଙ୍କର ଦମଦାର ବ୍ୟାଟିଂ ପ୍ରଦର୍ଶନୀ କରିଛନ୍ତି । ଶ୍ରୀଲଙ୍କା ଟସ ଜିତି ଅଧିନାୟକ ଦାସୁନ ଶନକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା ଯୁବ ଟିମ ଇଣ୍ଡିଆ । ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପରେ ମଇଦାନକୁ ଆସି ପାଳି ସମ୍ଭାଳି ଥିଲେ ଦୀପକ ହୁଡା ଓ ଅକ୍ଷର ପଟେଲ । ଉଭୟଙ୍କ ବିସ୍ଫୋରକ ପାଳି ବଳରେ ଭାରତ ୧୬୨ କରିବାରେ ସକ୍ଷମ ହୋଇପାରିଥଲେ ।

ଦୀପକ ହୁଡା ୨୩ ବଲରୁ ଗୋଟିଏ ଚୌକା ଏବଂ ୪ ଟି ଛକା ସହିତ ୪୧ ରନର ଧୂଆଁଧାର ଇନିଂସ ଖେଳିଥିଲେ । ସେହିପରି ଅକ୍ଷର ପଟେଲ ୨୦ ବଲରୁ ୩ ଟି ଚୌକାସ ଏବଂ ଗୋଟିଏ ଛକା ସହିତ ୩୧ ରନର ଇନିଂସ ଖେଳିଥିଲେ । ଓପନର ଇଶାନ କିଶାନ ୨୯ ବଲରୁ ୩ ଟି ଚୌକା ଏବଂ ୨ ଟି ଛକା ସହିତ ୩୭ ରନ କରିଥିଲେ । ଆଜିର ମ୍ୟାଚରେ ଟି୨୦ ଡେବ୍ୟୁ କରିଥିବା ଶୁବମନ ଗିଲଙ୍କୁ ଉପରେ ସମସ୍ତଙ୍କୁର ନଜର ରହିଥିଲା । ହେଲେ ସେ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଥିଲେ । ସେ ଡେବ୍ୟୁ ମ୍ୟାଚରେ ୭ ରନ କରି ପାଭଲିୟନ ଲେଉଟିଥିଲେ । ସଞ୍ଜୁ ସାମସନ ୫ ରନ, ସୂର୍ଯ୍ୟକୁମାର ଯାଦବ ୭ ରନ କରିଥିଲେ । ସେପଟେ ଶ୍ରୀଲଙ୍କା ୧୬୩ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଛି ।

Last Updated : Jan 3, 2023, 9:27 PM IST

ABOUT THE AUTHOR

...view details