ଓଡିଶା

odisha

ETV Bharat / sports

Mumbai Test: ନ୍ୟୁଜିଲାଣ୍ଡ ସାମ୍ନାରେ ୫୪୦ ରନ୍ ଟାର୍ଗେଟ - ମୟଙ୍କ ଅଗ୍ରୱାଲଙ୍କ ଶତକ

ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟରେ ୨୭୬/୭ରେ ଭାରତ ଦ୍ବିତୀୟ ଇଂନିସ ଘୋଷଣା କରିଛି । ଏଥିସହ ୫୪ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ କିୱି ଟିମ ସାମ୍ନାରେ ରଖିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

India set New Zealand 540-run target
Mumbai Test: ନ୍ୟୁଜିଲାଣ୍ଡ ସାମ୍ନାରେ ଟାର୍ଗେଟ ୫୪୦ ରଖିଲା ଭାରତ

By

Published : Dec 5, 2021, 3:26 PM IST

ମୁମ୍ବାଇ:ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟରେ ୨୭୬/୭ରେ ଭାରତ ଦ୍ବିତୀୟ ଇଂନିସ ଘୋଷଣା କରିଛି । ଏଥିସହ ୫୪ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ କିୱି ଟିମ ସାମ୍ନାରେ ରଖିଛି ଟିମ ଇଣ୍ଡିଆ ।

ନ୍ୟୁଜିଲାଣ୍ଡ ସାମ୍ନାରେ ଟାର୍ଗେଟ ୫୪୦ ରଖିଲା ଭାରତ

ପ୍ରଥମ ଇଂନିସରେ ଶତକୀୟ ଇଂନିସ ଖେଳିଥିବା ମୟଙ୍କ ଅଗ୍ରୱାଲ ଦ୍ବିତୀୟ ଇଂନିସରେ ମଧ୍ୟ କମାଲ କରିଥିଲେ । ଅଗ୍ରୱାଲ ସର୍ବାଧିକ ୬୨, ଚେତେଶ୍ବର ପୂଜାରା ୪୭ ଓ ଶୁଭମନ ଗିଲ୍‌ ମଧ୍ୟ ୪୭ ରନ୍‌ ସଂଗ୍ରହ କରିଥିଲେ । ଅକ୍ଷର ପଟେଲ ୨୬ ବଲ୍‌ରୁ ୩ଟି ଚୌକା ଓ ୪ଟି ଛକା ସହାତାରେ ୪୧ ରନ୍‌ର ଧୂଆଁଧାର ଇଂନିସ ଖେଳିଥିଲେ । ଭ୍ରମଣକାରୀ ଟିମ ପାଇଁ ବାମହାତୀ ସ୍ପିନର ଏଜାଜ ପଟେଲ ପ୍ରଥମ ଇଂନିସରେ ଐତିହାସିକ ୧୦ ୱିକେଟ ହାସଲ ପରେ ଦ୍ବିତୀୟ ଇଂନିସରେ ୪ଟି ଶିକାର କରିଥିଲେ ।

ଏହାମଧ୍ୟ ପଢନ୍ତୁ: India vs new Zealand Mumbai test: ନ୍ୟୁଜିଲାଣ୍ଡ ୬୨ ରନ୍‌ରେ ଅଲଆଉଟ

ମ୍ୟାଚ୍‌ରେ ୨୨୫/୧୪ ବୋଲିଂ ପ୍ରଦର୍ଶନ ସହ ଏଜାଜ ବର୍ତ୍ତମାନ ଗୋଟିଏ ଟେଷ୍ଟରେ ଭାରତ ବିପକ୍ଷରେ ସର୍ବୋତ୍ତମ ବୋଲିଂ ପ୍ରଦର୍ଶନ ଥିବା ବୋଲର ହେବାର ରେକର୍ଡ କରିଛନ୍ତି । ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତୀୟ ଟିମ ୧୪୨ ରନ୍‌ରେ ଦୁଇଟି ୱିକେଟ ହରାଇଥିଲା । ୬୯ ରନ୍‌ର ଅସମାପ୍ତ ସ୍କୋର୍‌ରୁ ତୃତୀୟ ଦିନ ଘରୋଇ ଟିମ ଖେଳ ଆରମ୍ଭ କରିଥିଲା । ତେବେ ପ୍ରଥମ ସେସନରେ ଉଭୟ ଓପନର ମୟଙ୍କ ଅଗ୍ରୱାଲ(୬୨) ଓ ପୂଜାରାଙ୍କ ୱିକେଟ ହରାଇଥିଲା ।

ନ୍ୟୁଜିଲାଣ୍ଡକୁ ପ୍ରଥମ ଇଂନିସରେ ମାତ୍ର ୬୨ ରନ୍‌ରେ ଅଲଆଉଟ୍‌ କରିବା ପରେ ଭାରତୀୟ ଟିମ ଫଲୋଅନ ପରିବର୍ତ୍ତେ ୨୬୩ ରନ୍‌ର ବିଶାଳ ପ୍ରଥମ ଇଂନିସ ଅଗ୍ରଣୀ ହାସଲ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details