ଗାନ୍ଧୀନଗର: ଚତୁର୍ଥ ଟି-୨୦ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୧୭୦ ରନ୍ ଟାର୍ଗେଟ ଦେଇଛି ଭାରତ । ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦକ୍ଷିଣ ଆଫ୍ରିକା । ପାଳି ଆରମ୍ଭରୁ ଭାରତ ୱିକେଟ ହରାଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ଭାରତ ୧୬୯ ରନ୍ କରିଛି ।
ଦଳୀୟ ସ୍କୋର୍ ୧୩ ରନ୍ ହୋଇଥିବା ବେଳେ ଭାରତ ପ୍ରଥମ ୱିକେଟ ହରାଇଥିଲା । ଏହାପରେ ମଧ୍ୟ ଇଶାନ କିଷନ ବଡ଼ ସଟ୍ ଖେଳିବା ଜାରି ରଖିଥିଲେ । ତେବେ ସେ ନୋର୍କିଆଙ୍କ ବଲ୍ରେ ଆଉଟ ହୋଇ ଫେରିଥିଲେ । ଏହାପୂର୍ବରୁ ଶ୍ରେୟସ ଆୟର ମଧ୍ୟ ଶସ୍ତାରେ ଆଉଟ ହୋଇଥିଲେ । ସେପଟେ ଋଷଭ ପନ୍ତଙ୍କ ସାଧାରଣ ପ୍ରଦର୍ଶନ ଚତୁର୍ଥ ମ୍ୟାଚ୍ରେ ବି ଦେଖିବାକୁ ମିଳିଛି । ସେ ମାତ୍ର ୧୭ ରନ୍ କରି ପାରିଥିଲେ । ଏହାପରେ ମୈଦାନକୁ ଓହ୍ଲାଇଥିଲେ କାର୍ତ୍ତିକ ।