ଇନ୍ଦୋର : ନ୍ୟୁଜିଲାଣ୍ଡ ଆଗରେ ୩୮୬ ରନର ଟାର୍ଗେଟ ରଖିଲା ଭାରତ । ଆଜି (ମଙ୍ଗଳବାର) ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ମ୍ୟାଚ ଖେଳୁଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନ କରିଛି । ଆରମ୍ଭରୁ ଓପନିଂ ଯୋଡି ଦମଦାର ଆରମ୍ଭ କରଥିଲେ । ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲଙ୍କ ପାର୍ଟନରସିପ ଦଳୀୟ ସ୍କୋର ପାଇଁ ୨୧୨ ରନ ଯୋଡିଥିଲା । ଏହା ସହିତ ଦୁଇ ଓପନର ଧୂଆଁଧାର ଶତକୀୟ ଇନିଂସ ଖେଳିଛନ୍ତି । ନ୍ୟୁଜିଲାଣ୍ଡକୁ ମ୍ୟାଚ ଜିତିବାକୁ ହେଲେ ୩୮୬ ରନ ଦରକାର ।
ପ୍ରଥମ ଦିନିକିଆ ଏବଂ ଦ୍ବିତୀୟ ଦିନିକିଆ ପରେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଟିମ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ଆଜି ଇନ୍ଦୋରରେ ଦୁଇ ଓପନର ଶତକୀୟ ଇନିଂସ ଖେଳିବାରେ ସଫଳ ରହିଛନ୍ତି । ନ୍ୟୁଜିଲାଣ୍ଡ ଟସ ଜିତି ଅଧିନାୟକ ଟମ ଲାଥମ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ଭାରତ । ଆରମ୍ଭରୁ ଓପନିଂ ଯୋଡି ଦମଦାର ପାଳି ଆରମ୍ଭ କରିଥିଲେ । ୨୬.୧ ଓଭରରେ ପ୍ରଥମ ୱିକେଟ ବେଳକୁ ଦଳୀୟ ସ୍କୋର ୨୧୨ ରହିଥିଲା । ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲ କ୍ରିଜରେ ତିଷ୍ଠି ଦମଦାର ସୋ ଦେଖାଇଥିଲେ । ଉଭୟ ଶତକ ହାସଲ କରିବାରେ ସଫଳ ରହିଥିଲେ । ରୋହିତ ଶର୍ମା ୮୫ ବଲରୁ ୯ ଟି ଚୌକା ଏବଂ ୬ ଟି ଛକା ବଳରେ ଦମଦାର ୧୦୧ ରନର ଇନିଂସ ଖେଳିଥିଲେ । ଦୀର୍ଘ ତିନି ବର୍ଷ ପରେ ଦିନିକିଆରେ ଖେଳିଲେ ତିନି ଅଙ୍କ ବିଶିଷ୍ଟ ସ୍କୋର । ଏହା ତାଙ୍କ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ୩୦ତମ ଶତକ ।