କୋଲକାତା:ଦ୍ବିତୀୟ ଟି-୨୦ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ୧୦ ରନ୍ରେ ମାତ୍ ଦେଇଛି ଭାରତ । ଏହା ସହିତ ଭାରତ ଏହି ଟି-୨୦ ସିରିଜ ମଧ୍ୟ ବିଜୟୀ ହୋଇଛି । ଏହି ସିରିଜର ଶେଷ ମ୍ୟାଚ ଫେବ୍ରୁଆରୀ ୨୦ ତାରିଖରେ ଖେଳାଯିବ । ମ୍ୟାଚରେ ଇଣ୍ଡିଜ ଦଳ ବ୍ୟାଟର ଦମଦାର ପ୍ରଦର୍ଶନ କରିଥିଲେ । ବିଶେଷ କରି ନିକୋଲାସ୍ ପୁରାନ୍ ଓ ରୋଭମାନ ପାୱେଲ ଧୂଆଁଦାର ଇନିଂସ ଖେଳିଥିଲେ ।
୧୮୭ ରନ୍ ବିଜୟ ଲକ୍ଷ ପିଛା କରିବାକୁ ଓହ୍ଲାଇଥିବା ଇଣ୍ଡିଜ ଦଳ ଆଜି ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ତେବେ ଏହା ବିଜୟ ଦ୍ବାରଦେଶରେ ପହଞ୍ଚିବା ଯଥାର୍ଥ ହୋଇ ପାରିନଥିଲା । ଇଣ୍ଡିଜ ଦଳ ପକ୍ଷରୁ କୋଲାସ୍ ପୁରାନ୍ ୬୨ ରନ କରି ପାଭେଲିୟନ ଫେରିଥିବା ବେଳେ ରୋଭମାନ ପୱେଲ ଦ୍ରୁତ ୩୧ ବଲ୍ରୁ ୫୩ ରନ୍ କରିଥିଲେ । ଏହାଛଡ଼ା ଓପନର ବ୍ରାଣ୍ଡନ କିଙ୍ଗ ୨୨ ରନ୍ କରି ପାରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟେ ହରାଇ ୧୭୮ ରନ୍ କରି ପାରିଥିଲା ଇଣ୍ଡିଜ୍ । ଫଳରେ ଏହି ମ୍ୟାଚ୍କୁ ୧୦ ରନ୍ରେ ଜିତି ନେଇଛି ଭାରତ ।