ଓଡିଶା

odisha

ETV Bharat / sports

3rd Test, 2nd Day Stumps: ଦ୍ବିତୀୟ ଇନିଂସରେ ଭାରତ ୫୭/୨ - ଦ୍ବିତୀୟ ଇନିଂସରେ ଦୁଇ ୱିକେଟ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସକୁ 210 ରନ୍‌ରେ ରୋକିବା ପରେ ଭାରତ ବ୍ୟାଟିଂ କରିବାକୁ ଓହ୍ଲାଇଛି । ତେବେ ସିରିଜ୍‌ରେ ପୁଣି ଥରେ ରାହୁଲ-ମୟଙ୍କ ଯୋଡ଼ି ମାରିଥିବା ଦେଖାଦେଇଛି । ଅଧିକ ପଢ଼ନ୍ତୁ

india scored 57 runs till second day stumps in third test against south africa
3rd Test, 2nd Day Stumps: ଦ୍ବିତୀୟ ଇନିଂସରେ ଭାରତ ୫୭/୨

By

Published : Jan 12, 2022, 9:59 PM IST

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସକୁ 210 ରନ୍‌ରେ ରୋକିବା ପରେ ଭାରତ ବ୍ୟାଟିଂ କରିବାକୁ ଓହ୍ଲାଇଛି । ତେବେ ସିରିଜ୍‌ରେ ପୁଣି ଥରେ ରାହୁଲ-ମୟଙ୍କ ଯୋଡ଼ି ମାରିଥିବା ଦେଖା ଦେଇଛି । କେବଳ ପ୍ରଥମ ମ୍ୟାଚ୍‌କୁ ଛାଡ଼ିଦେଲେ ଦୁଇ ବ୍ୟାଟର ଆଉ କୌଣସି ଇନିଂସରେ ନିଜର ପ୍ରଭାବ ଦେଖାଇ ପାରି ନାହାନ୍ତି ।

ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଭାରତ ଦ୍ବିତୀୟ ଇନିଂସରେ ଦୁଇ ୱିକେଟ ହରାଇ ୫୭ ରନ୍‌ କରିଛି । ରବାଡା ଓ ଜାନସେନ ପୁଣି ନିଜ ବୋଲିଂ କରାମତି ଦେଖାଇଛନ୍ତି । ଶୀଘ୍ର ଭାରତୀୟ ଓପନରଙ୍କୁ ପାଭେଲିୟନର ରାସ୍ତା ଦେଖାଇଛନ୍ତି ଉଭୟ ବୋଲର ।

ଏହା ପୂର୍ବରୁ ଦ୍ବିତୀୟ ଦିନ ଆରମ୍ଭରୁ ହିଁ ମକ୍ରମଙ୍କୁ ଆଉଟ କରିଥିଲେ ବୁମରା । ଏହାପରେ କିଛି ସମୟ କେଶବ ମହାରାଜ ଓ ପିଟରସନଙ୍କ ମଧ୍ୟରେ ଭାଗିଦାରୀ ଦେଖିବାକୁ ମିଳିଥିଲା । ଏହାପରେ ମହାରାଜଙ୍କୁ ମଧ୍ୟ ପାଭେଲିୟନ ରାସ୍ତା ଦେଖାଇଥିଲେ ଉମେଶ ଯାଦବ । ଗୋଟିଏ ପଟେ ପିଟରସନ ଏକାକୀ ଛିଡ଼ା ହୋଇ ଦଳ ପାଇଁ ରନ ଯୋଡ଼ୁଥିବାବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିଲା ଦକ୍ଷିଣ ଆଫ୍ରିକା ଦଳ ।

ପିଟରସନଙ୍କ ଛଡ଼ା ବଭୁମା ସର୍ବାଧିକ ୨୮ ରନ୍‌ କରିଛନ୍ତି । ଆଉ କୌଣସି ବ୍ୟାଟର ଆଖିଦୃଶିଆ ସ୍କୋର୍‌ କରି ପାରି ନାହାନ୍ତି । ୬୫ତମ ଓଭରରେ ପିଟରସନଙ୍କୁ ଆଉଟ କରିଥିଲେ ବୁମରା । ଶେଷରେ ଦକ୍ଷିଣ ଆଫ୍ରିକା ଦଳ ୨୧୦ ରନ୍‌ ହିଁ କରିବାକୁ ସକ୍ଷମ ହୋଇପାରିଛି । ପ୍ରଥମ ଇନିଂସର ୧୩ ରନ୍‌ ଲିଡ୍‌କୁ ମିଶାଇ ଭାରତ ମୋଟ ୭୦ରନ୍‌ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details