ଲଣ୍ଡନ:ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ୪୩୨ ରନ କରି ଅଲଆଉଟ ହେବାପରେ ଭାରତର ଦ୍ବିତୀୟ ଇନିଂସ ଆରମ୍ଭ ହୋଇଛି । ଲଞ୍ଚ ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୩୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଛି । କେ.ଏଲ ରାହୁଲ ମାତ୍ର ୮ ରନ କରି ଓଭରଟନଙ୍କ ବଲରେ ଆଉଟ ହୋଇଛନ୍ତି । ୮ ରନ କରିବାକୁ ସେ ୫୪ଟି ବଲ ଖେଳିଥିଲେ ।
ବର୍ତ୍ତମାନ ଓପନର ରୋହିତ ଶର୍ମା ୨୫ ରନ କରି ଅପରାଜିତ ରହିଛନ୍ତି । ପ୍ରଥମ ଇନିଂସର ବ୍ୟାଟିଂ ପରେ ୩୫୪ ରନରେ ଆଗୁଆ ରହିଛି ଇଂଲଣ୍ଡ ଦଳ । ଏହି ମ୍ୟାଚ ବଞ୍ଚାଇବାକୁ ହେଲେ ଭାରତକୁ ଏକ ଲମ୍ବା ଭାଗିଦାରୀର ଆବଶ୍ୟକତା ରହିଛି । ତେବେ ପ୍ରଥମ ଇନିଂସରେ ଭାରତର ନୈରାଶ୍ୟଜନକ ବ୍ୟାଟିଂ ପରେ ମ୍ୟାଚକୁ ନେଇ ଆଶା ଛାଡ଼ି ଦେଇଛନ୍ତି ଭାରତୀୟ ଫ୍ୟାନ । କାରଣ ଦୀର୍ଘ ସମୟ ଧରି କୋହଲିଙ୍କ ଶତକ ମରୁଡ଼ି ଜାରି ରହିଛି । ସେପଟେ ଚେତେଶ୍ବର ପୂଜାରା ମଧ୍ୟ ବ୍ୟାଟିଂରେ କୌଣସି କମାଲ କରିବାରେ ବିଫଳ ହୋଇଛନ୍ତି ।