ଓଡିଶା

odisha

ETV Bharat / sports

WTC Final 2023 : ଲଗାତାର ଦ୍ବିତୀୟ ଥର ପାଇଁ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍‌କୁ ଗଲା ଭାରତ

WTC ଫାଇନାଲରେ ସ୍ଥାନ ପକ୍କା କରିଛି ଭାରତୀୟ ଦଳ । ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ବିଜୟ ହାସଲ ପରେ ଭାରତ ଦ୍ବିତୀୟ ଥର ୱାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍‌ରେ ପ୍ରବେଶ କରିଛି । ଅଧିକ ପଢନ୍ତୁ

India qualifies for WTC Final
WTC Final 2023

By

Published : Mar 13, 2023, 2:16 PM IST

ନୂଆଦିଲ୍ଲୀ: ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଛି ଭାରତ । ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଛି ଯାହା ଭାରତ ପାଇଁ ବୁଷ୍ଟ୍‌ ସଦୃଶ ହୋଇଛି । ଶ୍ରୀଲଙ୍କାର ପରାଜୟ ପରେ ଲଗାତାର ଦ୍ବିତୀୟ ଥର ପାଇଁ WTC ଫାଇନାଲରେ ପ୍ରବେଶ କରିଛି ଭାରତ । ଜୁନ 7 ତାରିଖରେ ଆଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ରୋହିତ ବାହିନୀ । ଓଭାଲରେ ଖେଳାଯିବ ମ୍ୟାଚ । 11 ଜୁନ ଯାଏଁ ଚାଲିବ ବିଶ୍ବ ଟେଷ୍ଟ ଚମ୍ପିଆନସିପ ।

ଘରୋଇ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ରୋମାଞ୍ଚକର ଟେଷ୍ଟ ମ୍ୟାଚରେ ଶେଷ ବଲରେ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରିଛି । ଶ୍ରୀଲଙ୍କା ଦ୍ବିତୀୟ ଇନିଂସରେ 302 ରନ କରି ନ୍ୟୁଜିଲାଣ୍ଡକୁ 258 ରନ୍‌ ଟାର୍ଗେଟ ଦେଇଥିଲା । ଜବାବରେ ଦ୍ବିତୀୟ ଇନିଂସ ବ୍ୟାଟଂ କରି ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ନ୍ୟୁଜିଲାଣ୍ଡ 1 ୱିକେଟ ବିନିମୟରେ 28 ରନ ସଂଗ୍ରହ କରିଥିଲା । ଅନ୍ତିମ ଦିନରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ଆଉ 257 ରନ ଦରକାର ଥିଲା । ସେପଟେ ଶ୍ରୀଲଙ୍କାକୁ 9 ୱିକେଟ ଦରକାର ଥିଲା । ଶେଷ ବଲ୍‌ରେ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରିଛି । 8 ୱିକେଟ ହରାଇ 285 ରନ କରିଛି । ଶ୍ରୀଲଙ୍କା ବିପକ୍ଷରେ 2 ୱିକେଟରେ ବିଜୟ ହାସଲ କରିଛି ଘରୋଇ ନ୍ୟୁଜିଲାଣ୍ଡ । ଯାହା ଭାରତ ପାଇଁ WTC ଫାଇନାଲରେ ପ୍ରବେଶ କରିବାକୁ ପଥ ପରିସ୍କାର କରିଛି ।

ଭାରତକୁ WTC ଫାଇନାଲରେ ପ୍ରବେଶ କରିବାକୁ ଅହମ୍ମଦାବାଦ ଟେଷ୍ଟରେ ବିଜୟ ନଚେତ ଶ୍ରୀଲଙ୍କାର ପରାସ୍ତ ଆଶା କରାଯାଉଥିଲା । ଶ୍ରୀଲଙ୍କା ପରାସ୍ତ ହେବାପରେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ 11 ମ୍ୟାଚ ଜିତି 148 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଭାରତୀୟ ଦଳ 10ଟି ମ୍ୟାଚ ଜିତି 123 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । ବର୍ଡର ଗାଭାସ୍କର ଦୁଇଟି ଟେଷ୍ଟରେ ଭାରତ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଜିତିଥିଲା ।

ଏହା ବି ପଢନ୍ତୁ....BGT 4th Test, Day-4 Stumps: କୋହଲିଙ୍କ ବିରାଟ ପାଳି, ସିରିଜ ବିଜୟ ମୁହାଁ ଭାରତ

ସେପଟେ ବର୍ଡର ଗାଭାସ୍କର ଚତୁର୍ଥ ଟେଷ୍ଟ ଡ୍ର ଅଭିମୁଖେ ରହିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ଡ୍ର ଅଭିମୁଖେ ରହିଛି । ଖବର ଲେଖାଯିବା ସୁଦ୍ଧା ପଞ୍ଚମ ଦିନରେ ଅଷ୍ଟ୍ରେଲିଆ ୨ ୱିକେଟ ହରାଇ ୧୫୮ ରନ କରିଛି । ଚତୁର୍ଥ ଟେଷ୍ଟ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଆଷ୍ଟ୍ରେଲିଆ 480 ରନରେ ଆଲଆଉଟ ହୋଇଥିଲା । ଏହାପରେ ପ୍ରଥମ ଇନିଂସରେ ଭାରତ ବ୍ୟାଟିଂ କରି 571ରନ ବିଶାଳ ସ୍କୋର କରିଥିଲା । ଶୁଭମନ ଗିଲ, ବିରାଟ କୋହଲି ଶତକ ହାସଲ କରିଥିଲେ । ଚତୁର୍ଥ ଟେଷ୍ଟ ଡ୍ର ଅଭିମୁଖେ ଗତି କରୁଛି । ଯଦି ଅହମ୍ମଦାବାଦ ଟେଷ୍ଟ ମ୍ୟାଚ ଡ୍ର ହୁଏ ତେବେ ଭାରତ 2-1ରେ ସିରିଜ ଜିତିବ ।

ABOUT THE AUTHOR

...view details