ନୂଆଦିଲ୍ଲୀ:ଭାରତୀୟ ମହିଳା କ୍ରିକେଟ ଟିମ ପୂର୍ବତନ ଅଧିନାୟିକା ରୁମେଲି ଧର କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ରୁମେଲି ଧର । 38 ବର୍ଷୀୟା ରୁମେଲି ଧର କ୍ୟାରିୟରରେ 4 ଟେଷ୍ଟ, 78ଟି ଦିନିକିଆ ଓ 18ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିବା କହିଛନ୍ତି ରୁମେଲି । ଅବସର ନେଇ ତାଙ୍କ ଇନଷ୍ଟାଗ୍ରାମରେ ରୁମେଲି ଲେଖିଛନ୍ତି, ''ପଶ୍ଚିମବଙ୍ଗ ଶ୍ୟାମାନଗରରୁ ଆରମ୍ଭ ହୋଇଥିବା 23 ବର୍ଷର ଏହି ଯାତ୍ରା ଶେଷ ହେବାର ସମୟ ଆସିଛି ।''
କ୍ରିକେଟରୁ ରୁମେଲି ଧରଙ୍କ ଅବସର
ଭାରତୀୟ ମହିଳା କ୍ରିକେଟ ଟିମ ପୂର୍ବତନ ଅଧିନାୟିକା ରୁମେଲି ଧର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ରୁମେଲି ଧର । ଅଧିକ ପଢନ୍ତୁ
2003 ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ରୁମେଲି । 2028ରେ ଦୀର୍ଘ 6 ବର୍ଷ ବ୍ୟବଧାନ ପରେ ସେ ଜାତୀୟ ଦଳକୁ ଫେରିଥିଲେ । ସିନିୟର ପେସଲ ଝୁଲଣ ଗୋସ୍ବାମୀ ଆହତ ହେବାରୁ ତାଙ୍କା ସ୍ଥାନରେ ଧରଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-20 ସିରିଜ ପାଇଁ ଦଳରେ ସାମିଲ କରାଯାଇଥିଲା । 2005ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ମହିଳା ଦିନିକିଆ ଫାଇନାଲରେ ପରାସ୍ତ ହୋଇଥିବା ଭାରତୀୟ ଦଳର ଗୁରୁତ୍ବପୂର୍ଣ୍ଣ ସଦସ୍ୟ ଥିଲେ ଅଲରାଉଣ୍ଡରେ ରୁମେଲ ଧର । ତାଙ୍କ ନାମରେ ଅନ୍ତର୍ଜାତୀୟ ସ୍ତରରେ 8ଟି ଅର୍ଦ୍ଧଶତକ ସବୁ ଫର୍ମାଟକୁ ମିଶାଇ 1328 ରନ ଏବଂ 84 ୱିକେଟ ରହିଛି । ସେ 2006ରେ ତାଙ୍କ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ।
ସେ ଆହୁରି ଲେଖିଛନ୍ତି, ''ବହୁ ଉତଥାନ ପତନ ଦେଇ ଗତି କରିବାକୁ ପଡିଛି । ଭାରତୀୟ ମହିଳା କ୍ରିକେଟ ଦଳ ପାଇଁ ପ୍ରତିନିଧିତ୍ବ କରିବା ଓ ଏହାର ନେତୃତ୍ବ ନେବା ମୋ ପାଇଁ ବହୁତ ବଡ । 2005 ବିଶ୍ବକପ ଫାଇନାଲର ଅଂଶ ହେବା ମୋ ପାଇଁ ଏକ ସଫଳତା । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI), ପରିବାର ବନ୍ଧୁଙ୍କୁ ଧନ୍ୟବାଦ ଦେଇଛନ୍ତି ଧର । ତାଙ୍କ କ୍ୟାରିୟରରେ ଅବଦାନ ରହିଥିବା ବେଙ୍ଗଲ, ରେଲୱେ, ଏୟାର ଇଣ୍ଡିଆ, ଦିଲ୍ଲୀ ଓ ରାଜସ୍ଥାନ ଟିମକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଆଗକୁ କ୍ରୀଡା ସହ ଜଡିତ ରହି ଦେଶର ଯୁବପ୍ରତିଭାଙ୍କୁ ଆଗକୁ ନେବାକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରୁମେଲି ।