ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ୱାଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଛି । ଟସ୍ ଜିତି କାମଚଳା କ୍ୟାପଟେନ କେଏଲ ରାହୁଲ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ବିରାଟ କୋହଲି ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡିଛନ୍ତି । ଫଳରେ ରାହୁଲଙ୍କୁ ନେତୃତ୍ବ ଭାର ମିଳିଛି । ଅନ୍ୟପଟେ ହନୁମା ବିହାରୀଙ୍କୁ କୋହଲିଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି ।
ଜୋହାନ୍ସବର୍ଗ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଚୁଡାନ୍ତ ଏକଦଶରେ ମଧ୍ୟ ଦୁଇଟି ପରିବର୍ତ୍ତନ ହୋଇଛି । ୱିକେଟ କିପର କ୍ବିଣ୍ଟନ ଡି କକ୍ଙ୍କ ସ୍ଥାନରେ କେଲ ଭେରିନେ ଓ ମୁଲଡରଙ୍କ ସ୍ଥାନରେ ଡୁଆନେ ଓଲିଭରଙ୍କୁ ସୁଯୋଗ ମିଳିଛି । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ଟେଷ୍ଟରେ ବିଜୟ ସହ ୧-୦ରେ ଆଗୁଆ ରହିଛି । ଫଳରେ ଦ୍ବିତୀୟ ଟେଷ୍ଟରେ ବିଜୟ ସହ ସିରିଜ କବ୍ଜା କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।
ଏହାମଧ୍ୟ ପଢନ୍ତୁ:India vs South Africa: ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତ