ସାଉଥାମ୍ପଟନ: ଟେଷ୍ଟ କ୍ରିକେଟ ଇତିହାସର ଶ୍ରେଷ୍ଠତମ ଲଢେଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି । ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଜୁନ 18ରୁ 22 ତାରିଖ ମଧ୍ୟରେ ଏବେସ ବାଓଲ, ସାଉଥାମ୍ପଟନରେ ଖେଳାଯିବ । ଏହି ମେଗା ଆଇସିସି ଇଭେଣ୍ଟର ଫାଇନାଲ ମ୍ୟାଚ ପାଇଁ ଉଭୟ ଟିମ ସେମାନଙ୍କର ପ୍ରସ୍ତୁତି ଜୋରଦାର କରିଛନ୍ତି ।
ମହାମୁକାବିଲା: ଭାରତ ବନାମ ନ୍ୟୁଜିଲାଣ୍ଡ WTC ଫାଇନାଲ - India vs New Zealand
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ୍ 59ଟି ଟେଷ୍ଟ ଖେଳାଯାଇଛି । ସେଥିମଧ୍ୟରୁ 21ଟି ଭାରତ ଜିତିଥିବାବେଳେ ନ୍ୟୁଜିଲାଣ୍ଡ 12ଟି ମ୍ୟାଚ ଜିତିବାରେ ସଫଳ ହୋଇଛି । 25ଟି ମ୍ୟାଚ୍ ଡ୍ର ରେ ଶେଷ ହୋଇଛି । ଅଧିକ ପଢନ୍ତୁ...
ମହାମୁକାବିଲା: ଭାରତ ବନାମ ନ୍ୟୁଜିଲାଣ୍ଡ WTC ଫାଇନାଲ
ହେଡ୍ ଟୁ ହେଡ୍:
- ଉଭୟ ଟିମ ମଧ୍ୟରେ ମୋଟ୍ 59ଟି ଟେଷ୍ଟ ଖେଳାଯାଇଛି । ସେଥିମଧ୍ୟରୁ 21ଟି ଭାରତ ଜିତିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ 12ଟି ମ୍ୟାଚ ଜିତିବାରେ ସଫଳ ହୋଇଥିବାବେଳେ 25ଟି ମ୍ୟାଚ୍ ଡ୍ର ରେ ଶେଷ ହେଇଛି ।
- ଶେଷ 5ଟି ଆଇସିସି ଇଭେଣ୍ଟରେ ସମସ୍ତ ମ୍ୟାଚ ଜିତିଛି ନ୍ୟୁଜିଲାଣ୍ଡ । ଏଥିରେ WTCର ଦୁଇଟି ମ୍ୟାଚ୍, ଟି20 ବିଶ୍ବକପର ଦୁଇଟି ମ୍ୟାଚ୍ ଓ 2019 ବିଶ୍ବକପ ସେମିଫାଇନାଲ ମ୍ୟାଚ୍ ସାମିଲ ରହିଛି । ଭାରତ ଆଇସିସି ଇଭେଣ୍ଟରେ ବିଶ୍ବକପ 2003ରେ ଶେଷଥର ବିଜୟୀ ହୋଇଥିଲା ।
- କେବଳ ଜଣେ ଖେଳାଳି ଉଭୟ 19 ବର୍ଷରୁ କମ୍ ଓ ସିନିୟର ସ୍ତରରେ ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି । ପାକିସ୍ତାନର ସର୍ଫରାଜ ଅହମ୍ମଦ 2006ରେ 19 ବର୍ଷରୁ କମ ବିଶ୍ବକପ ଓ ଚମ୍ପିଆନ୍ସ ଟ୍ରଫି 2017 ବିଜୟୀ କ୍ୟାପଟେନ ରହିଛନ୍ତି । ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କ ପାଖରେ ଏହି ତାଲିକାରେ ସାମିଲ ହେବାକୁ ଭଲ ସୁଯୋଗ ରହିଛି । WTC ଫାଇନାଲରେ ବିଜୟ କିମ୍ବା ଡ୍ର ହେଲେ କୋହଲି ଏହି ତାଲିକାରେ ସାମିଲ ହୋଇଯିବେ । ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ 2008 U19 ବିଶ୍ବକପ ଜିତିସାରିଛି ।
- ଅଷ୍ଟ୍ରେଲିଆ(10)କୁ ପଛରେ ପକାଇ ଏକାଦଶ ଥର ପାଇଁ ଆଇସିସି ଇଭେଣ୍ଟର ଫାଇନାଲ ଖେଳିବାକୁ ଯାଉଛି ଭାରତ ।
- ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ WTC ରେ ଏଯାବତ 67 ୱିକେଟ ଅକ୍ତିଆର କରିସାରିଛନ୍ତି । ଫଳରେ WTCର ପ୍ରଥମ ସଂସ୍କରଣରେ ସର୍ବାଧିକ ୱିକେଟହାସଲକାରୀ ବୋଲର ହେବାକୁ ଅଶ୍ବିନଙ୍କୁ ଆଉ 4ଟି ୱିକେଟ ଆବଶ୍ୟକ ରହିଛି । ଷ୍ଟୁଆର୍ଟ ବ୍ରଡ(69) ଓ ପାଟ କମିନ୍ସ(70)ଙ୍କ ନାମରେ ୱିକେଟ ରହିଛି ।
- WTCରେ ମୋଟ 27ଟି ଛକା ଲଗାଇ ଭାରତୀୟ ଓପନର ରୋହିତ ଶର୍ମା ସର୍ବାଧିକ ଛକା ଲଗାଇଥିବା ଖେଳାଳିଙ୍କ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ 31 ଛକା ସହ ତାଲିକାର ଶୀର୍ଷରେ ରହିଛନ୍ତି । ଫଳରେ ରୋହିତଙ୍କୁ ଆଉ 5ଟି ଛକାର ଆବଶ୍ୟକତା ରହିଛି ।
- ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଭାରତ ପାଇଁ ଓପନର ରୋହିତ ଶର୍ମା ସର୍ବାଧିକ 4ଟି ଶତକ ହାସଲ କରିଛନ୍ତି । ରୋହିତ ଫାଇନାଲରେ ଯଦି ଶତକୀୟ ଇଂନିସ ଖେଳନ୍ତି, ତେବେ ଅଷ୍ଟ୍ରେଲିଆର ମାର୍ନସ ଲାବୁସନଙ୍କ ସହ ଶତକ ସଂଖ୍ୟାରେ ସମକକ୍ଷ ହେବେ ।
- ଇଶାନ୍ତ ଶର୍ମା ବିଦେଶ ମାଟିରେ ଏଯାବତ 199ଟି ୱିକେଟ ହାସଲ କରିସାରିଛନ୍ତି । ଫଳରେ କପିଳ ଦେବ(215) ଓ ଜାହୀର ଖାନ(207)ଙ୍କ ପରେ ତୃତୀୟ ଭାରତୀୟ ଦ୍ରୁତ ବୋଲର ଭାବେ ବିଦେଶ ମାଟିରେ 200 ୱିକେଟ ହାସଲ କରିଛନ୍ତି ।
- ଦ୍ରୁତ ବୋଲର ଜଶପ୍ରୀତ ବୁମରା, ଇଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କ ସହିତ ଅଶ୍ବିନ ଓ ଜାଡେଜା ଉଭୟଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିପାରେ ଭାରତ । ଯଦି ଏପରି ହୁଏ, ତେବେ ପ୍ରଥମ ଥର ପାଇଁ 5ଜଣ ପ୍ରମୁଖ ବୋଲର ଭାରତ ପାଇଁ ଗୋଟିଏ ଟେଷ୍ଟ ମ୍ୟାଚରେ ଖେଳିବେ ।
- ଟିମ ସାଉଦୀ ସମସ୍ତ ଫର୍ମାଟରେ 598 ୱିକେଟ ହାସଲ କରିସାରିଛନ୍ତି । 600 ୱିକେଟ ହାସଲ କରିବାକୁ ଆଉ ମାତ୍ର ଦୁଇଟି ୱିକେଟ ଦୂରରେ ରହିଛନ୍ତି ସାଉଦୀ । ଡାନିଏଲ ଭିଟୋରୀଙ୍କ(705) ୱିକେଟ ପରେ ସେ ପ୍ରଥମ କିୱି ଦ୍ରୁତ ବୋଲର ଭାବେ 600 ୱିକେଟ କ୍ଲବରେ ସାମିଲ ହେବେ ।
- ରସ୍ ଟେଲର୍ ଅନ୍ତର୍ଜାତୀୟ କ୍ୟାରିୟରରେ 17,996 ରନ ସଂଗ୍ରହ କରିସାରିଛନ୍ତି । ଫଳରେ 18,000 ଅନ୍ତର୍ଜାତୀୟ ରନ ପୂରଣ କରିବାକୁ ଆଉ ମାତ୍ର 4 ରନ ପଛରେ ରହିଛନ୍ତି । ଏହି କିର୍ତ୍ତୀମାନର ଅଧିକାରୀ ହେବାରେ ସେ ନ୍ୟୁଜିଲାଣ୍ଡର ପ୍ରଥମ ଖେଳାଳି ହେବାକୁ ଯାଉଛନ୍ତି ।
- ଟ୍ରେଣ୍ଟ ବୋଲ୍ଟଙ୍କ ପାଇଁ ଏହା 200ତମ ଅନ୍ତର୍ଜାତୀୟ ମ୍ୟାଚ ହେବ । 19ତମ କିୱି ଖେଳାଳି ଭାବେ ଏହି ମାଇଲଷ୍ଟୋନରେ ପହଞ୍ଚିବେ ବୋଲ୍ଟ ।
- ଟେଷ୍ଟ କ୍ରିକେଟରେ ରବିଚନ୍ଦ୍ରନ ଅଶ୍ବିନ ଖେଳିଥିବା 78ଟି ମ୍ୟାଚ୍ରୁ 409 ୱିକେଟ ହାସଲ କରିଛନ୍ତି । ହରଭଜନ ସିଂହଙ୍କ(417) ୱିକେଟ ଠାରୁ ମାତ୍ର 9ଟି ୱିକେଟ ପଛରେ ରହିଛନ୍ତି ଅଶ୍ବିନ । 619 ୱିକେଟ ସହ ଅନିଲ କୁମ୍ବଲେ ସର୍ବାଧିକ ୱିକେଟ ହାସଲକାରୀ ଭାରତୀୟ ବୋଲର ରହିଛନ୍ତି ।
- WTC ଫାଇନାଲ ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କ ପାଇଁ 61ତମ ଟେଷ୍ଟ ମ୍ୟାଚ୍ ହେବ । ମହେନ୍ଦ୍ର ସିଂହ ଧୋନିଙ୍କ ନାମରେ 60ଟି ଟେଷ୍ଟ ରହିଛି ।
- ଅନ୍ତର୍ଜାତୀୟ କ୍ରିକେଟରେ ଏଯାବତ କ୍ୟାପଟେନ ଭାବେ କେନ ୱିଲିୟମସନ 7895 ରନ୍ ସଂଗ୍ରହ କରିଛନ୍ତି । ଷ୍ଟିଫଏନ ଫ୍ଲେମିଂଙ୍କ ପରେ ଦ୍ବିତୀୟ କିୱି କ୍ୟାପଟେନ ଭାବେ 8000 ରନ ମାର୍କରେ ପହଞ୍ଚିବାକୁ 105 ରନ୍ ଆବଶ୍ୟକ କରୁଛନ୍ତି ୱିଲିୟମସନ । ସକ୍ରିୟ ଖେଳାଳିଙ୍କ ମଧ୍ୟରେ ଏହି କିର୍ତ୍ତୀମାନ ହାସଲ କରିବାକୁ, ବିରାଟ କୋହଲି(12,343)ଙ୍କ ପରେ ସେ ଦ୍ବିତୀୟ କ୍ୟାପଟେନ ହେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ