ମୁମ୍ବାଇ: ଓମିକ୍ରନ ଭୟ ଯୋଗୁଁ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଗସ୍ତ (india tour of south africa) ନ କରିବା ନେଇ ଅନେକ ଗୁଜବ ରହିଥିଲା । ମାତ୍ର BCCI ଏହି ସବୁ ଗୁଜବକୁ ଶେଷ କରିବା ସହ ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତକୁ ଗ୍ରୀନ ସିଗ୍ନାଲ ଜଣାଇଛନ୍ତି । ରବିବାର ଭାରତୀୟ ଟିମ ମୁମ୍ବାଇରେ ପହଞ୍ଚିବା ନେଇ ସୂଚନା ରହିଥିବାବେଳେ ଡିସେମ୍ବର ୧୬ରେ ଏକ ଚାଟାର୍ଡ ବିମାନ ଯୋଗେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଉଡାଣ ଭରିବ । ଏହି ସିରିଜ ନେଇ ଉତ୍ସାହ ବଢିବାରେ ଲାଗିଛି । କାରଣ ବିରାଟ କୋହଲିଙ୍କୁ ହଟାଇ ରୋହିତ ଶର୍ମାଙ୍କୁ ଭାରତୀୟ ସୀମିତ ଓଭର କ୍ରିକେଟ ଟିମର ଅଧିନାୟକ କରିଛି BCCI । ଫଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ରୋହିତ ଶର୍ମା ପ୍ରଥମେ ବିରାଟଙ୍କ ଅଧିନାୟକତ୍ବରେ ଖେଳିବେ ଓ ପରେ ବିରାଟ ODI ସିରିଜରେ ରୋହିତଙ୍କ ଅଧୀନରେ ଖେଳିବେ ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ବିଜୟ ପରେ ଭାରତୀୟ କ୍ରିକେଟରଙ୍କୁ ବିଶ୍ରାମ ଆବଶ୍ୟକ ଥିଲା । ତେବେ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ମୁମ୍ବାଇ(Mumbai)ରେ ଆଉ ଏକ ବାୟୋବବଲକୁ ଫେରିବେ । ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ଟେଷ୍ଟ ସିରିଜ ଶେଷ ପର୍ଯ୍ୟନ୍ତ ବାୟୋବବଲ(bio-bubble)ରେ ରହିବେ । ଅନ୍ୟପଟେ ଦିନିକିଆ(ODI) ସିରିଜର ସଦସ୍ୟଙ୍କୁ ଅଧିକ ୮ ଦିନ କଟକଣା ପରିବେଶରେ ରହିବାକୁ ହେବ ।
ଏହାମଧ୍ୟ ପଢନ୍ତୁ: ବିରାଟଙ୍କୁ ODI ଅଧିନାୟକ ପଦରୁ ହଟାଇଲା BCCI, ରାଗିଲେ ଫ୍ୟାନ୍ସ
BCCI ନିକଟରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପାଇଁ ୧୮ ଜଣିଆ ସ୍କ୍ବାଡ୍ ଘୋଷଣା କରିଛି । ସେହିପରି ଦିନିକିଆ(ODI) ସ୍କ୍ବାଡ୍ ଖୁବଶୀଘ୍ର ଘୋଷଣା ହେବା ସମ୍ଭାବନା ରହିଛି ।