ଓଡିଶା

odisha

ETV Bharat / sports

ICC T20 World Cup 2024: ପ୍ରସ୍ତୁତି ପାଇଁ ଭାରତ ହାତରେ ୧୯ଟି ମ୍ୟାଚ୍

୨୦୨୪ରେ ଖେଳାଯିବ ଟି୨୦ ବିଶ୍ବକପ । ଏହା ପୂର୍ବରୁ ପ୍ରସ୍ତୁତି ପାଇଁ ଭାରତର ଟି୨୦ ସୂଚୀ ସାମ୍ନାକୁ ଆସିଛି । ଏହି ବିଶ୍ବକପ ପୂର୍ବରୁ ଟିମ୍ ଇଣ୍ଡିଆ ମୋଟ୍ ୧୯ ଟି୨୦ ମ୍ୟାଚ୍ ଖେଳିବ । ତେବେ ମାତ୍ର ୧୯ଟି ମ୍ୟାଚ୍‌ ଖେଳି ଟି୨୦ ବିଶ୍ବକପ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ଖେଳାଳି ଚୟନ କରିବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି । ଅଧିକ ପଢ଼ନ୍ତୁ...

ପ୍ରସ୍ତୁତି ପାଇଁ ଭାରତ ହାତରେ ୧୯ଟି ମ୍ୟାଚ୍
ପ୍ରସ୍ତୁତି ପାଇଁ ଭାରତ ହାତରେ ୧୯ଟି ମ୍ୟାଚ୍

By

Published : Jul 30, 2023, 9:30 PM IST

ହାଇଦ୍ରାବାଦ: ବର୍ତ୍ତମାନ ସମସ୍ତଙ୍କ ନଜର ଦିନିକିଆ ବିଶ୍ବକପ ୨୦୨୩ ଉପରେ । ଏହାରି ମଧ୍ୟରେ ସାମ୍ନାକୁ ଆସଛି ଟି୨୦ ବିଶ୍ବକପ୍‌ ପୂର୍ବରୁ ଭାରତୀୟ ଦଳର ଖେଳସୂଚୀ । ୨୦୨୪ରେ ଖେଳାଯିବ ଟି୨୦ ବିଶ୍ବକପ । ଏହି ବିଶ୍ବକପ ପୂର୍ବରୁ ଟିମ୍ ଇଣ୍ଡିଆ ମୋଟ୍ ୧୯ଟି ମ୍ୟାଚ୍ ଖେଳିବ । ତେବେ ବିଶ୍ବକପ୍‌ ପୂର୍ବରୁ ମାତ୍ର ୧୯ଟି ମ୍ୟାଚ୍‌ ଖେଳି ଦଳକୁ ଟି୨୦ ବିଶ୍ବକପ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ଖେଳାଳି ଚୟନ କରିବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି ।

ଭାରତୀୟ ଦଳ ଏବେ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ରହିଛି । ସେଠାରେ ଘରୋଇ ଦଳ ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍ ଖେଳିବ ଭାରତ । ଏହାପରେ ଆୟର୍ଲାଣ୍ଡ ଗସ୍ତ କରି ୩ଟି ଟି୨୦ ଖେଳିବ ଟିମ୍‌ ଇଣ୍ଡିଆ । ସେଠାରେ ଅଗଷ୍ଟ ୧୮ ତାରିଖରେ ପ୍ରଥମ ଟି୨୦, ୨୦ ତାରିଖରେ ଦ୍ବିତୀୟ ଟି୨୦ ଓ ୨୩ ତାରିଖରେ ତୃତୀୟ ଟି୨୦ ଖେଳାଯିବ । ଏହାପରେ ସେପ୍ଟେମ୍ବର ମାସରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଆସିବ । ଏଥିରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ରହିଛି । ଏହାପରେ ଭାରତରେ ଦିନିକିଆ ବିଶ୍ବକପ୍‌ ଅନୁଷ୍ଠିତ ହେବ । ଦିନିକିଆ ବିଶ୍ବକପ୍‌ ଶେଷ ହେବା ପରେ ଅଷ୍ଟ୍ରେଲିଆ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳି ସ୍ବଦେଶ ଫେରିବ । ନଭେମ୍ବର ୨୩ ତାରିଖରେ ଭାଇଜାଗରେ ପ୍ରଥମ ଟି୨୦, ୨୬ରେ ତ୍ରିଭେନ୍ଦ୍ରମରେ ଦ୍ବିତୀୟ ଟି୨୦, ୨୮ରେ ଗୌହାଟୀରେ ତୃତୀୟ ଟି୨୦ ଖେଳିବେ ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ । ସେହିପରି ଡିସେମ୍ବର ୧ ତାରିଖରେ ନାଗପୁର ଓ ୩ ତାରିଖରେ ହାଇଦ୍ରାବାଦରେ ଟି୨୦ ମ୍ୟାଚ୍‌ ଖେଳି ସ୍ବଦେଶ ଫେରିବ କଙ୍ଗାରୁ ଦଳ ।

ଏହା ମଧ୍ୟ ପଢ଼ନ୍ତୁ...ICC ODI World Cup 2023: ଫୋକସରେ ଡ୍ରେନେଜ୍‌ ସିଷ୍ଟମ, ବର୍ଷା ହେଲେ କଭର ହେବ ଗ୍ରାଉଣ୍ଡ

ସେହିଭଳି ଚଳିତ ବର୍ଷ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ରହିଛି । ଏହି ଗସ୍ତରେ ଭାରତ ୩ ଟି୨୦ ଖେଳିବାର ସୂଚୀ ରହିଛି । ଡିସେମ୍ବର ୧୦ ତାରିଖରେ ଡର୍ବାନ, ୧୨ ତାରିଖରେ ସେଣ୍ଟ ଜର୍ଜ ଓ ୧୪ ତାରିଖରେ ଜୋହନ୍ସବର୍ଗରେ ୩ଟି ଯାକ ମ୍ୟାଚ୍‌ ଖେଳାଯିବ । ଏହାପରେ ଜାନୁଆରୀ ୨୦୨୪ରେ ଭାରତ ଗସ୍ତରେ ଆସି ୩ଟି ଟି୨୦ ଖେଳିବ ଆଫଗାନିସ୍ତାନ । ଜାନୁଆରୀ ୧୧ରେ ମୋହାଲି, ୧୪ରେ ଇନ୍ଦୋର ଓ ୧୭ ତାରିଖରେ ବେଙ୍ଗାଲୁରୁରେ ଉଭୟ ଦଳ ମଧ୍ୟରେ ୩ଟି ଯାକ ମ୍ୟାଚ୍‌ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details