ଲଣ୍ଡନ:ଟନଣ୍ଟନ୍ ରେ ଖେଳାଯାଉଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡକୁ 222 ଟାର୍ଗେଟ ଦେଲା ଭାରତୀୟ ମହିଳା କ୍ରକେଟ ଦଳ । ଭାରତ ପକ୍ଷରୁ ଅଧିନାୟିକା ମତାଲି ରାଜ ସର୍ବାଧିକ 59 ରନ କରିଛନ୍ତି । ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲା ଇଂଲଣ୍ଡ ଦଳ । ଭାରତକୁ ଏକ ଭଲ ଆରମ୍ଭ ଦେବାକୁ ସକ୍ଷମ ରହିଥିଲା ଦୁଇ ଓପନର ସ୍ମୃତି ମାନ୍ଧାନା ଓ ସେଫାଳି ବର୍ମା ।
ଭାରତ ପକ୍ଷରୁ ଦୁଇ ଓପନରଙ୍କ ମଧ୍ୟରେ 56 ରନ ଭାଗିଦାରୀ ହୋଇଥିଲା । ଏହାପରେ କେଟ କ୍ରସଙ୍କ ବଲରେ ଆଉଟ ହୋଇଥିଲେ ସ୍ମୃତି ମାନ୍ଧାନା । ଜେମିଆ ରୋଡ୍ରିଗ୍ସ 8 ରନ କରି ପାଭେଲିୟନ ଫେରିଥିବା ବେଳେ ସେଫାଳି ବର୍ମା 44 ରନ କରି ଆଉଟ ହୋଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇବାକୁ ଆରମ୍ଭ କଲା ଭାରତ ।