ସେଞ୍ଚୁରିଆନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ ଦ୍ବିତୀୟ ଇନିଂସରେ ଭାରତ ୧୭୪ ରନ୍ରେ ଅଲ୍ ଆଉଟ ହୋଇଛି । ଗୋଟିଏ ୱିକେଟ ହରାଇ ଚତୁର୍ଥ ଦିନ ଖେଳ ଆରମ୍ଭ କରିଥିଲା ଭାରତ । ପ୍ରଥମ ସେସନରେ ଶାର୍ଦ୍ଦୁଲ ଠାକୁର ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ କେ.ଏଲ ରାହୁଲ ଓ ପୂଜାରା ମଧ୍ୟ ଅଧିକ ସମୟ ପିଚ୍ରେ ବିତାଇ ପାରିନଥିଲେ । ରାହୁଲ ମାତ୍ର ୨୩ ରନ୍ କରି ପାଭେଲିୟନ ଫେରିଥିଲେ ।
ଏହାପରେ ଅଧିନାୟକ କୋହଲି ମଧ୍ୟ ମାତ୍ର ୧୮ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଗୋଟିଏ ପରେ ଗୋଟିଏ ହରାଇ ଚାଲିଥିଲା ଟିମ୍ ଇଣ୍ଡିଆ । ଏହାପରେ ପନ୍ତ କିଛିଟା ବଡ଼ ସଟ୍ ଖେଳି ୩୪ ରନ୍ ସ୍କୋର୍ କରିଥିଲେ । ତେବେ ସେ ମଧ୍ୟ ରାବାଡାଙ୍କ ଶିକାର ହୋଇଥିଲେ ।