ଓଡିଶା

odisha

ETV Bharat / sports

ତୃତୀୟ ଦିନିକିଆ: ଶ୍ରୀଲଙ୍କା ଆଗରେ ୨୨୬ ରନ ଟାର୍ଗେଟ

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୨୨୬ ବିଜୟ ଲକ୍ଷ୍ୟ ଦେଲା ଭାରତ । ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଭାରତୀୟ ଦଳ । ଅଧିକ ପଢ଼ନ୍ତୁ...

ତୃତୀୟ ଦିନିକିଆ: ଶ୍ରୀଲଙ୍କା ଆଗରେ ୨୨୬ ରନ ଟାର୍ଗେଟ
ତୃତୀୟ ଦିନିକିଆ: ଶ୍ରୀଲଙ୍କା ଆଗରେ ୨୨୬ ରନ ଟାର୍ଗେଟ

By

Published : Jul 23, 2021, 8:30 PM IST

କଲୋମ୍ବୋ: ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୨୨୬ ବିଜୟ ଲକ୍ଷ୍ୟ ଦେଲା ଭାରତ । ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଭାରତୀୟ ଦଳ । ମ୍ୟାଚ ଆରମ୍ଭରୁ ହିଁ ଦଳ ଅଧିନାୟକ ଶିଖର ଧାୱନଙ୍କ ୱିକେଟ ହରାଇଥିଲା । ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ଦିନିକିଆରେ ଡେବ୍ୟୁ କରିଥିବା ଯୁବ କ୍ରିକେଟର ସଞ୍ଜୁ ସାମସନ । ଓପନର ପୃଥ୍ବୀ ଶ ଓ ସଞ୍ଜୁ ସାମସନଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଇଂନିଶ ଭାଗିଦାରୀ ହୋଇଥିଲା ।

ଏହାପରେ କୌଣସି ବ୍ୟାଟସମ୍ୟାନଙ୍କ ମଧ୍ୟରେ ଭାଗିଦାରୀ ଦେଖିବାକୁ ମିଳିନଥିଲା । ଏହାପରେ ୧୬ତମ ଓଭରରେ ଭାରତ ଦ୍ବିତୀୟ ୱିକେଟ ଭାବରେ ପୃଥ୍ବୀ ଶ ଦାନୁଶ ଶଙ୍କରଙ୍କ ବଲରେ ଆଉଟ ହୋଇଥିଲେ । ସଞ୍ଜୁ ସାମସନ ମଧ୍ୟ ୪୬ ରନ କରି ୧୯ତମ ଓଭରରେ ଆଉଟ ହୋଇଥିଲେ । ୨୩ ଓଭର ସୁଦ୍ଧା ଭାରତ ୩ଟି ୱିକେଟ ହରାଇ ୧୪୭ ରନ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ବର୍ଷା ଯୋଗୁଁ ମ୍ୟାଚକୁ ୫୦ ଓଭରରୁ ୪୭କୁ କମାଇ ଦିଆଯାଇଥିଲା ।

ବର୍ଷା ପଡି଼ଆକୁ ଓହ୍ଲାଇବା ମାତ୍ରେ ମନୀଷ ପାଣ୍ଡେ ଜୟବିକ୍ରମଙ୍କ ଶିକାର ହୋଇ ପାଭେଲିୟନ ଫେରଥିଲେ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ୪୦ ରନ କରି ଆଉଟ ହୋଇଥିଲେ । ଗୋଟିଏ ପରେ ଗୋଟିଏ ୱିକଟେ ହରାଇଥିଲା ଭାରତୀୟ ଦଳ ଫଳରେ ବଡ଼ ସ୍କୋର କରିବାରେ ବିଫଳ ରହିଥିଲା । ମାତ୍ର ୪୩.୧ ଓଭରରେ ଭାରତୀୟ ଦଳ ୨୨୫ ରନ୍ କରି ଅଲଆଉଟ ହୋଇଛି ।

ସେପେଟ ଶ୍ରୀଲଙ୍କା ଆରମ୍ଭରୁ ଆକ୍ରାମକ ବୋଲିଂ ପ୍ରଦର୍ଶନ କରିଥିଲା । ପ୍ରତ୍ୟେକ ବୋଲର ସଠିକ୍ ଲାଇନ ଲେନ୍ଥରେ ବୋଲିଂ କରିଥିଲେ । ଫଳରେ କୌଣସି ଭାରତୀୟ ବ୍ୟାଟସମ୍ୟାନ ବଡ଼ ସଟ୍ ଖେଳିବାର ସମର୍ଥ ହୋଇ ପାରିନଥିଲେ । ଶ୍ରୀଲାଙ୍କ ପକ୍ଷରୁ ଅକିଲା ଧନଞ୍ଜୟ ଓ ପ୍ରବୀଣ ଜୟବିକ୍ରମ ସର୍ବାଧିକ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଦୁସ୍ମନ୍ତ ଚମିରା ଦୁଇଟି ଚାମିରା କରୁଣାରତ୍ନେ ଗୋଟିଏ ଦାଶୁନ ଶଙ୍କରା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଶ୍ରୀଲଙ୍କା ଏହି ଦିନିକିଆ ସିରିଜ ହାରି ସାରିଛି । ତେବେ କିଭଳି ଶ୍ରୀଲଙ୍କା ଏହି ଟାର୍ଗେଟର ପିଛା କରୁଛି ତାହାରି ରହିଛି ସଭିଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details