ଓଡିଶା

odisha

ETV Bharat / sports

T-20 WC: ଭାରତର ଦମଦାର ବ୍ୟାଟିଂ, ଆଫଗାନିସ୍ତାନ ଆଗରେ ବିଶାଳ ଲକ୍ଷ୍ୟ - ଭାରତ ବନାମ ଆଫଗାନିସ୍ତାନ

ଆଫଗାନିସ୍ତାନକୁ ୨୧୧ ରନ୍‌ ଟାର୍ଗେଟ ଦେଇଛି ଭାରତ । ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଆଫଗାନିସ୍ତାନ । ଅଧିକ ପଢ଼ନ୍ତୁ...

T-20 WC: ଭାରତର ଦମଦାର ବ୍ୟାଟିଂ, ଆଫଗାନସ୍ତାନ ଆଗରେ ବିଶାଳ ଲକ୍ଷ୍ୟ
T-20 WC: ଭାରତର ଦମଦାର ବ୍ୟାଟିଂ, ଆଫଗାନସ୍ତାନ ଆଗରେ ବିଶାଳ ଲକ୍ଷ୍ୟ

By

Published : Nov 3, 2021, 9:31 PM IST

ଆବୁଧାବି:ଆଫଗାନିସ୍ତାନକୁ ୨୧୧ ରନ୍‌ ଟାର୍ଗେଟ ଦେଇଛି ଭାରତ । ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଆଫଗାନିସ୍ତାନ । ଗତ ମ୍ୟାଚ୍‌ର ଭୁଲ୍‌କୁ ସୁଧାରି ଭାରତୀୟ ବ୍ୟାଟରମାନେ ଆଜି ଦମଦାର ବ୍ୟାଟିଂ କରିଛନ୍ତି । ପ୍ରଥମ ୱିକେଟ ପାଇଁ ଭାରତୀୟ ଓପନରମାନେ ଖାତାରେ ୧୪୦ ରନ୍‌ ଯୋଡ଼ିଥିଲେ । ଦୁଇ ଓପନର ଅର୍ଦ୍ଧଶତକ ହାସଲ କରି ଭାରତକୁ ମଜଭୁତ ସ୍ଥିତିରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ ।

କେ.ଏଲ ରାହୁଲ ୪୮ଟି ବଲ୍‌ ଖେ୍ଳି ୬୯ ରନ୍‌ କରିଥିବାବେଳେ ରୋହିତ ଶର୍ମା ୪୭ ବଲ୍‌ ଖେଳି ୭୪ ରନ୍‌ କରିଥିଲେ । ଏହାପରେ ରୋହିତ ଶର୍ମା କରିମ ଜନତଙ୍କ ବଲ୍‌ରେ ଆଉଟ ହୋଇଥିଲେ । ଏହାପରେ ରାହୁଲ ମଧ୍ୟ ଅଧିକ ସମୟ ପିଚ୍‌ରେ ବିତାଇ ପାରିନଥିଲେ । ରାହୁଲ ଗୁଲବଦ୍ଦିନଙ୍କ ବଲ୍‌ରେ ବୋଲ୍ଡ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ବିନିମୟରେ ୨୧୦ ରନ୍‌ କରିବାକୁ ସକ୍ଷମ ହୋଇଛି ।

ଋଷଭ ପନ୍ତ ୧୩ ବଲ୍‌ରୁ ଦ୍ରୁତ ୨୭ ରନ୍‌ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୩ଟି ବଲ୍‌ରେ ୩୫ ରନ୍‌ କରିଥିଲେ । ଦୁଇ ବ୍ୟାଟର ପଡି଼ଆରେ ଛକା ଚୌକା ବର୍ଷା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details