କୋଲକାତା:ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ । ଏହି ମ୍ୟାଚ୍ରେ ପ୍ରଥମେ ଟସ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲା ଇଣ୍ଡିଜ । ଭାରତ ଜବରଦସ୍ତ ବ୍ୟାଟିଂ କରି ଇଣ୍ଡିଜକୁ ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଛି । ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୬ ରନ କରିଛି ।
ଭାରତକୁ ଏତେ ଭଲ ଆରମ୍ଭ ମିଳିନଥିଲା । ଓପନର ଇଶାନ କିଶନ ମାତ୍ର ୨ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଏକ ଭଲ ଭାଗୀଦାରୀ ଦେଖିବାକୁ ମିଳିଥିଲା । ତେବେ ରୋହିତ ୧୯ ରନ୍ କରି ଆଉଟ ହୋଇଥିଲେ । ଏହାପରେ କୋହଲି ବଡ଼ ସଟ୍ ଖେଳି ଅର୍ଦ୍ଧ ଶତକ ହାସଲ କରିଥିଲେ । ସୂର୍ଯ୍ୟ କୁମାର ଯାଦବ ଆଜି ବ୍ୟାଟ୍ରେ ବେଶି କମାଲ କରିପାରିନାହାନ୍ତି ।