ଓଡିଶା

odisha

ETV Bharat / sports

Centurion Test: ମନ୍ଥର ବୋଲିଂ ପାଇଁ ଟିମ ଇଣ୍ଡିଆକୁ ଦଣ୍ଡ, କମିଲା WTC ପଏଣ୍ଟ

ମନ୍ଥର ବୋଲିଂ ପାଇଁ ଟିମ ଇଣ୍ଡିଆକୁ ଦଣ୍ଡିତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) । ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ ଅର୍ଥ କଟିବା ସହ ଗୋଟିଏ ICC ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌(WTC) ପଏଣ୍ଟ ହରାଇଛି ଭାରତ । ଅଧିକ ପଢନ୍ତୁ

India fined, docked WTC point for slow over-rate in first Test against South Africa
centurion Test: ମନ୍ଥର ବୋଲିଂ ପାଇଁ ଟିମ ଇଣ୍ଡିଆକୁ ଦଣ୍ଡ

By

Published : Dec 31, 2021, 10:42 PM IST

ଦୁବାଇ:ମନ୍ଥର ବୋଲିଂ ପାଇଁ ଟିମ ଇଣ୍ଡିଆକୁ ଦଣ୍ଡିତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) । ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ ଅର୍ଥ କଟିବା ସହ ଗୋଟିଏ ICC ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ (WTC) ପଏଣ୍ଟ ହରାଇଛି ଭାରତ । ସେଞ୍ଚୁରିଅନରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ମନ୍ଥର ବୋଲିଂ ନେଇ ଏହି ନିଷ୍ପତ୍ତି ଶୁଣାଇଛି ICC । ଶୁକ୍ରବାର ଏନେଇ ସ୍ପଷ୍ଟ କରିଛି କ୍ରିକେଟର ସର୍ବୋଚ୍ଚ ପରିଚାଳନା ବୋର୍ଡ ।

ଏହାମଧ୍ୟ ପଢନ୍ତୁ: SA vs Ind: ଭାରତୀୟ ODI ଟିମ ଘୋଷଣା, ରାହୁଲ କ୍ୟାପଟେନ୍‌

ନିର୍ଦ୍ଧାରିତ ସମୟ ଠାରୁ ଗୋଟିଏ ଓଭର ବିଳମ୍ବରେ ଶେଷ କରିଥିବାରୁ ICC ମ୍ୟାଚ୍‌ ରେଫ୍ରୀ ଆଣ୍ଡ୍ରିୟୁ ପେକ୍ରଫ୍ଟ ଏହି ଜୋରିମାନା ଅର୍ଥ ମଞ୍ଜୁର କରିଛନ୍ତି ।

ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ଥିବା ICC ଆଦର୍ଶ ଆଚରଣ ବିଧିର ଧାରା ୨.୨୨ ଅନୁଯାୟୀ ସର୍ବନିମ୍ନ ମନ୍ଥର ବୋଲିଂ ପାଇଁ ଖେଳାଳିଙ୍କ ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ କଟିବାର ପ୍ରାବଧାନ ରହିଛି । ପ୍ରତ୍ୟେକ ଟିମକୁ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ବୋଲିଂ ଶେଷ କରିବାକୁ ସମୟ ନିର୍ଦ୍ଧାରଣ କରିଥାଏ ICC । ଭାରତୀୟ କ୍ୟାପଟେନ ବିରାଟ କୋହଲି କ୍ଷମା ପ୍ରାର୍ଥନା କରିବା ସହ ଜୋରିମାନାକୁ ସ୍ବୀକାର କରିଛନ୍ତି ।

ଭାରତ ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ହରାଇ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।

IANS

ABOUT THE AUTHOR

...view details