ଓଡିଶା

odisha

ETV Bharat / sports

ଆଇସିସି ପରୀକ୍ଷାର କିୱି ପେପରରେ ଭାରତ ଲଗାତାର ଫେଲ୍‌ - ବିଶ୍ବ ଟେଷ୍ଟ ଚମ୍ପିଆନସିପ

ସେଞ୍ଚୁରିଆନରେ ଶେଷଥର ପାଇଁ ଭାରତ, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡକୁ 2003 ମସିହାରେ 50 ଓଭର ବିଶ୍ବକପରେ ହରାଇବାକୁ ସମର୍ଥ ହୋଇଥିଲା । ଅଧିକ ପଢନ୍ତୁ...

India fail to crack the NZ code again in ICC tournaments
ଆଇସିସି ପରୀକ୍ଷାର କିୱି ପେପରରେ ଭାରତ ଲଗାତାର ଫେଲ୍‌

By

Published : Jun 24, 2021, 10:44 PM IST

ସାଉଥାମ୍ପଟନ:ଆଇସିସି ଟୁର୍ଣ୍ଣାମେଣ୍ଟରେ ଗତ କିଛି ବର୍ଷ ଧରି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ଫ୍ରେଞ୍ଚ ଓପନରେ ରାଫେଲ ନାଦାଲ ବନାମ ରୋଜର ଫେଡେରରଙ୍କ ଲଢେଇ ପରି ହୋଇଛି । ସର୍ବଦା ବିଜୟ ପାଇଁ ବାଟ ଛାଡୁନଥିବା ପରି ଏହି ସବୁ ମ୍ୟାଚ ହୋଇଛି । ବୁଧବାର କିୱି ଟିମ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ସହିତ ଭାରତକୁ କ୍ରମାଗତ ଷଷ୍ଠ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ହରାଇଛି ।

ଆଇସିସି ପରୀକ୍ଷାର କିୱି ପେପରରେ ଭାରତ ଲଗାତାର ଫେଲ୍‌

ଶେଷଥର ପାଇଁ ଭାରତ, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡକୁ 2003 ମସିହାରେ 50 ଓଭର ବିଶ୍ବକପରେ ହରାଇବାକୁ ସମର୍ଥ ହୋଇଥିଲା । ସେଞ୍ଚୁରିଆନରେ ଖେଳାଯାଇଥିବା ଏହି ମ୍ୟାଚରେ ଜାହିରଙ୍କ ଖାନ ଘାତକ ବୋଲିଂ ସହ 4ଟି ୱିକେଟ ହାସଲ କରିଥିଲେ । ଫଳରେ 146 ରନ୍‌ରେ କିୱିକୁ ଆଉଟ କରିବା ସହ 7 ୱିକେଟରେ ବିଜୟୀ ହୋଇଥିଲା ଭାରତ ।

ଏହାପରଠାରୁ ଭାରତକୁ ଟି20 ବିଶ୍ବକପ, 50 ଓଭର ବିଶ୍ବକପ ଓ ବିଶ୍ବ ଟେଷ୍ଟ ଚମ୍ପିଆନସିପ ମ୍ୟାଚରେ ମଧ୍ୟ ହରାଇଛି ନ୍ୟୁଜିଲାଣ୍ଡ ।

ନଜର ପକାନ୍ତୁ ଆଇସିସି ଟୁର୍ଣ୍ଣାମେଣ୍ଟରେ 13 ବର୍ଷ ଧରି ନ୍ୟୁଜିଲାଣ୍ଡଠୁ ହାରିଛି ଭାରତ

2007 ଟି20 ବିଶ୍ବକପ, ଲିଗ୍‌ ମ୍ୟାଚ, ଜୋହାନ୍ସବର୍ଗ:

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି 190 ରନ କରିଥିଲା । ବ୍ରେଣ୍ଡନ ମାକ୍ୟୁଲମ 31 ବଲରୁ 45 ଓ କ୍ରେଗ ମେକମିଲନ 23 ବଲ୍‌ରୁ ଦ୍ରୁତ 44 ରନର ଇଂନିସ ଖେଳିଥିଲେ । ଜବାବରେ ଭାରତ ନିର୍ଦ୍ଧାରିତ 20 ଓଭରରେ 180/9ରେ ସନ୍ତୁଷ୍ଟ ହୋଇଥିଲା । ବାମହାତୀ ସ୍ପିନର ଡାନିଏଲ ଭିଟୋରୀ 4ଟି ୱିକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ ।

2016 ଟି20 ବିଶ୍ବକପ ସୁପର-10 ମ୍ୟାଚ, ନାଗପୁର:

ସ୍ପିନ ଅନୂକୂଳ ପିଚ୍‌ରୁ ଫାଇଦା ଉଠାଇ ଭାରତୀୟ ବୋଲର କଞ୍ଜୁସ ବୋଲିଂ ସହ ନ୍ୟୁଜିଲାଣ୍ଡକୁ 20 ଓଭରରେ 126/7ରେ ରୋକିଥିଲେ । କୋରି ଆଣ୍ଡରସନ 42 ବଲରୁ 34 ଓ ଲୁର ରୋଞ୍ଚି 11 ବଲରୁ 21 ରନର ଇଂନିସ ଖେଳିଥିଲେ । ଏହାପରେ ନାଥନ ମାକ୍ୟୁଲମ, ମିଚେଲ ସାଣ୍ଟନର ଓ ଇସ ଶୋଧୀ 3ଟି ଲେଖାଏଁ ୱିକେଟ ହାସଲ କରି ଭାରତକୁ 79 ରନରେ ଅଲ ଆଉଟ କରିଥିଲେ ଓ 47 ରନରେ ବିଜୟୀ ହୋଇଥିଲା ନ୍ୟୁଜିଲାଣ୍ଡ ।

2019ରେ 50 ଓଭର ବିଶ୍ବକପ ସେମିଫାଇନାଲ:

ଏହା ଭାରତ ପାଇଁ ସବୁଠୁ ବଡ ପରାଜୟ ଥିଲା । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଲିଗ ପର୍ଯ୍ୟାୟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ହାରିଥିଲା । କେନ ୱିଲିୟମସନଙ୍କ 67 ଓ ରସ ଟେଲରଙ୍କ 74 ରନ ବଳରେ କିୱି 239 ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ସବ ବିଜୟ ଠାରୁ 18 ରନ ଦୂରରେ ରହିଯାଇଥିଲା । ରବିନ୍ଦ୍ର ଜାଡେଜା 59 ବଲ୍‌ରୁ 77 ରନର ଲଢୁଆ ଇଂନିସ ଖେଳିଥିଲେ ସୁଦ୍ଧା ବିଜୟୀ କରାଇପାରିନଥିଲେ ।

WTC ଦୁଇ-ଟିକିଆ ଟେଷ୍ଟ ସିରିଜ ନ୍ୟୁଜିଲାଣ୍ଡ, 2020:

ଭାରତ ୱେଲିଂଟନରେ ପ୍ରଥମ ଟେଷ୍ଟ 10 ୱିକେଟରେ ହାରିଥିଲା । ପରେ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟକୁ ମଧ୍ୟ 7 ୱିକେଟରେ ହାରିଥିଲା ।

WTC ଫାଇନାଲ, ସାଉଥାମ୍ପଟନ 2021:

ବୁଧବାର ସଦ୍ୟ ସମାପ୍ତ ହୋଇଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ମଧ୍ୟ 8 ୱିକେଟରେ ଭାରତକୁ ହରାଇ WTC ର ପ୍ରଥମ ସଂସ୍କରଣର ଟାଇଟେଲ ନିଜ ନାମରେ କରିଛି ନ୍ୟୁଜିଲାଣ୍ଡ । ବର୍ଷା ବାଧାପ୍ରାପ୍ତ ମ୍ୟାଚ ରିଜର୍ଭ ଦିନରେ ଖେଳାଯାଇଥିଲା । ନ୍ୟୁଜିଲାଣ୍ଡ ସାମ୍ନାରକେ 139 ରନର ବିଜୟ ଲକ୍ଷ୍ୟ ରହିଥିଲା । ଶେଷ ଦିନ ହୋଇଥିବାରୁ ଡ୍ର ହେବାନେଇ ଆଶଙ୍କା ବଢିଥିଲା । ମାତ୍ର କ୍ପଟେନ କେନ ୱିଲିୟମସନ ଓ ରସ ଟେଲରଙ୍କ ଅପରାଜିତ 96 ରନର ଭାଗିଦାରୀ ବଳରେ ନ୍ୟୁଜିଲାଣ୍ଡ ବିଜୟୀ ହେବାସହ ସାଉଥାମ୍ପଟନରେ ଇତିହାସ ରହିଥିଲା । ଅନ୍ୟପଟେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ପରାଜୟ ତାଲିକାରେ ଆଉ ଏକ ମ୍ୟାଚ ଯୋଡିହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details