ଓଡିଶା

odisha

ETV Bharat / sports

Ind-Eng ODI: ବୋଲରଙ୍କ ଘାତକ ବୋଲିଂ, ଭାରତର ସହଜ ବିଜୟ

ଆଜି ଖେଳାଯାଇଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡକୁ 10 ୱିକେଟରେ ହରାଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 25.2 ଓଭରରେ 110 ରନ କରି ଅଲଆଉଟ ହୋଇଥିଲା । 111 ରନର ଟାର୍ଗେଟ ସହଜରେ ହାସଲ କରିଛି ଟିମ୍ ଇଣ୍ଡିଆ । ଅଧିକ ପଢନ୍ତୁ

India-England ODI : ବୋଲରଙ୍କ ଘାତକ ବୋଲିଂ, ଭାରତର ସହଜ ବିଜୟ
India-England ODI : ବୋଲରଙ୍କ ଘାତକ ବୋଲିଂ, ଭାରତର ସହଜ ବିଜୟ

By

Published : Jul 12, 2022, 9:57 PM IST

ହାଇଦ୍ରାବାଦ:ଆଜି ଖେଳାଯାଇଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡକୁ 10 ୱିକେଟରେ ହରାଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 25.2 ଓଭରରେ 110 ରନ କରି ଅଲଆଉଟ ହୋଇଥିଲା । 111 ରନର ଟାର୍ଗେଟ ନେଇ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ରୋହିତ ବାହିନୀ । ସହଜରେ ଟାର୍ଗେଟ ପୁରା କରି 18.4 ଓଭରରେ 114 ରନ କରିଛି ଭାରତ । ଏହା ସହିତ ଭାରତ ଦିନିକିଆ ସିରିଜକୁ 1-0 ଜିତି ନେଇଛି ।

111 ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ଶିଖର ଧାୱନ । ରୋହିତ ଶର୍ମା ଦମଦାର ବ୍ୟାଟିଂ କରି 58 ବଲରୁ 5ଟି ଛକା ଏବଂ 6ଟି ଚୌକା ମାରି 76 ରନ କରି ଅପରାଜିତ ରହିଛନ୍ତି । ସେହିପରି ଶିଖର ଧାୱନ 54 ବଲରୁ 4ଟି ଚୌକା ମାରି 31 ରନ ସଂଗ୍ରହ କରି ଅପରାଜିତ ରହିଛନ୍ତି ।

ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା । ବିପକ୍ଷ ଦଳ ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭାରତ । ଆଜି ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଭାରତ ଦିନିକିଆ ମ୍ୟାଚରେ ଭାରତୀୟ ବୋଲର କମାଲ କରିଛନ୍ତି । ଫାଷ୍ଟ ବୋଲର ଜଶପ୍ରିତ ବୁମରା ସର୍ବାଧିକ 6 ଟି ୱିକେଟ ହାସଲ କରିଛନ୍ତି । ବୋଲରଙ୍କ ଘାତକ ବୋଲିଂରେ ଇଂଲଣ୍ଡ 25.2 ଓଭରରେ 110 ରନ କରି ଅଲଆଉଟ ହୋଇଥିଲା । ବୋଲରଙ୍କ ବିସ୍ଫୋରକ ବୋଲିଂରେ କ୍ରିଜରେ ତିଷ୍ଠି ନପାରି ପାଭଲିୟନ ଫେରିଥିଲେ ଇଂଲଣ୍ଡ ବ୍ୟାଟର । ଗୋଟେ ପରେ ଗୋଟେ ୱିକେଟ ଖସିବାରେ ଲାଗିଥିଲା ଇଂଲଣ୍ଡର । ପ୍ରଥମେ ଓପନିଂ କରିବାକୁ ଆସିଥିବା ଜେସନ ରଏ ଖାତା ଖୋଲିବା ଆଗରୁ ବୁମରାଙ୍କ ବଲରେ ବୋଲ୍ଡ ହୋଇଥିଲେ । ସେହିପରି ବୁମରାଙ୍କ ବୋଲିଂରେ ଧରାଶୟୀ ହୋଇଛି ଇଂଲଣ୍ଡ । ଜୋ ରୁଟ, ବେନ ଷ୍ଟୋକ୍ସ, ଲିଆମ ଲିଭିଙ୍ଗଷ୍ଟୋନ ଖାତା ଖୋଲିବାରେ ବିଫଳ ହୋଇ 0 ରେ ଆଉଟ ହୋଇଛନ୍ତି । ସେହିପରି ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜନୀ ବେୟାରଷ୍ଟୋ 32 ବଲରୁ 30 ରନ କରି ସୂର୍ଯ୍ୟକୁମାର ଯାଦବଙ୍କକ ଦ୍ବାରା କ୍ୟାଚ ଆଉଟ ହୋଇଛନ୍ତି । ଜନୀ ବେୟାରଷ୍ଟୋ 7, ମୋଇନ ଅଲୀ 14, କ୍ରାଇଗ ଓଭରଟନ 8 ରନ, ବ୍ରାୟଡନ କ୍ରାସ 15 ରନ, ଡେଭିଡ ୱିଲି 21 ରନ କରି ଆଉଟ ହୋଇଥିଲେ ।

ଭାରତ ପକ୍ଷରୁ ଜଶପ୍ରିତ ବୁମରା ସର୍ବାଧିକ 19 ରନ ଦେଇ 6 ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ମହମ୍ମଦ ସାମି 31 ରନରେ ଦେଇ 3 ଟି ୱିକେଟ ହାସଲ କରିଥିଲେ । ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ ନେଇଥିଲେ ।

ABOUT THE AUTHOR

...view details