ସାଉଥାମ୍ପଟନ: ଭାରତୀୟ କ୍ରିକେଟ ଟିମ ସାଉଥାମ୍ପଟନର ଏଜେସ ବାଓଲରେ ପହଞ୍ଚିବା ପରେ କ୍ବାରେଣ୍ଟିନରେ ରହିଛନ୍ତି । ଏନେଇ ଶୁକ୍ରବାର ଟ୍ବିଟ ଯୋଗେଁ ବିସିସିଆଇ ଘୋଷଣା କରିଛି । ସାଉଥାମ୍ପଟନରେ ପହଞ୍ଚିବା ପରେ ରୋହିତ ଶର୍ମା, ରିଦ୍ଧିମାନ ଶାହା ଓ ଜଶପ୍ରୀତ ବୁମରା ଗୁରୁବାର ଫଟୋ ସେୟାର କରିଥିଲେ । ମାତ୍ର ବୋର୍ଡ ପକ୍ଷରୁ ଔପଚାରିକ ଘୋଷଣାକୁ ଅପେକ୍ଷା ରହିଥିଲା ।
ଏକ ସ୍ବତନ୍ତ୍ର ଚାଟାର୍ଡ ବିମାନ ଯୋଗେଁ ବିସିସିଆଇ ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ଇଂଲଣ୍ଡ ପଠାଇଛି । ସମସ୍ତ ଖେଳାଳି ହୋଟେଲ ପହଞ୍ଚିବା ପରେ କ୍ବାରେଣ୍ଟିନରେ ରହିଛନ୍ତି ।