ସାଉଥହାମ୍ପଟନ୍: ଘରୋଇ ଦଳ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଅତିଥି ଦଳ ଭାରତ । ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଟି-20ରେ ଭାରତ ପକ୍ଷରୁ ଡେବ୍ୟୁ କରିଛନ୍ତି ଅର୍ସଦୀପ ସିଂହ ।
ଟେଷ୍ଟ ସିରିଜ 2-2ରେ ବରାବର ହେବା ପରେ ଆଜିଠୁ ଆରମ୍ଭ ହୋଇଛି ଟି-20 ସିରିଜ । ଉଭୟ ଦଳ ମଧ୍ୟରେ 3ଟି ମ୍ୟାଚ ଖେଳାଯିବ । ସ୍ଥାନୀୟ ସାଉଥହାମ୍ପଟନ୍ ଷ୍ଟାଡିୟମରେ ଖାଳାଯାଉଛି ଏହି ମ୍ୟାଚ ।