ଓଡିଶା

odisha

ETV Bharat / sports

ନ୍ୟୁଜିଲାଣ୍ଡ ସିରିଜ ବିଜୟ ପରେ ନଂ ୧ ଟେଷ୍ଟ ଟିମ ଭାରତ - ଭାରତ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ

ICC ଟେଷ୍ଟ ମାନ୍ୟତାରେ ବିରାଟ କୋହଲିଙ୍କ ଟିମ ନ୍ୟୁଜିଲାଣ୍ଡ ଠାରୁ ୩ ପଏଣ୍ଟ ଆଗରେ ରହିଛି । ଅଷ୍ଟ୍ରେଲିଆ ୧୦୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ୧୨୪ ପଏଣ୍ଟ ସହ ଭାରତ ଶୀର୍ଷରେ ଓ ୧୨୧ ପଏଣ୍ଟ ସହ ଦ୍ବିତୀୟରେ ନ୍ୟୁଜିଲାଣ୍ଡ ରହିଛି । ଅଧିକ ପଢନ୍ତୁ

India become number one ranked Test team after NZ series win
ନ୍ୟୁଜିଲାଣ୍ଡ ସିରିଜ ବିଜୟ ପରେ ନମ୍ବର ୧ ଟେଷ୍ଟ ଟିମ ଭାରତ

By

Published : Dec 6, 2021, 3:19 PM IST

ମୁମ୍ବାଇ:ବିଶ୍ବ କ୍ରିକେଟରେ ପୁଣି ଥରେ ଟିମ ଇଣ୍ଡିଆ ନମ୍ବର ୧ ମାନ୍ୟତା ଟେଷ୍ଟ ଟିମ ହୋଇଛି । ଦୁଇ ଟିକିଆ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ୧-୦ରେ ହରାଇବା ପରେ ଶୀର୍ଷ ସ୍ଥାନ ଦଖଲ କରିଛି ଭାରତ ।

ଅଧିକ ପଢନ୍ତୁ: IND vs NZ: ମୁମ୍ବାଇ ଟେଷ୍ଟରେ ଭାରତର ଦମଦାର ବିଜୟ

ବ୍ୟାଟ୍‌ରେ ମୟଙ୍କ ଅଗ୍ରୱାଲଙ୍କ କମାଲ ଓ ଦ୍ବିତୀୟ ଇଂନିସରେ ଜୟନ୍ତ ଯାଦବଙ୍କ ୪ ୱିକେଟ ହାସଲ ବଳରେ ଦ୍ବିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ହରାଇଛି ଭାରତ ।

ଏହି ବିଜୟ ସହ ବିରାଟ କୋହଲିଙ୍କ ନେତୃତ୍ବରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ କବ୍ଜା କରିଛି । ଫଳରେ ନମ୍ବର ୧ ଟେଷ୍ଟ ଟିମ ଭାବେ ସକରାତ୍ମକ ମନୋବଳ ସହ ଡିସେମ୍ବର ୨୫ରେ ୩ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଟିମ ଇଣ୍ଡିଆ ।

ICC ଟେଷ୍ଟ ମାନ୍ୟତାରେ ବିରାଟ କୋହଲିଙ୍କ ଟିମ ନ୍ୟୁଜିଲାଣ୍ଡ ଠାରୁ ୩ ପଏଣ୍ଟ ଆଗରେ ରହିଛି । ଅଷ୍ଟ୍ରେଲିଆ ୧୦୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ୧୨୪ ପଏଣ୍ଟ ସହ ଭାରତ ଶୀର୍ଷରେ ଓ ୧୨୧ ପଏଣ୍ଟ ସହ ଦ୍ବିତୀୟରେ ନ୍ୟୁଜିଲାଣ୍ଡ ରହିଛି ।

୧୦୮ ପଏଣ୍ଟ ସହ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ଟିକିଆ ଆସେସ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯଉଥିବାରୁ ଉଭୟ ଟିମ ପାଖରେ ମାନ୍ୟତାର ଉପରକୁ ଉଠିବାର ସୁଯୋଗ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details