ଦୁବାଇ:6 ବର୍ଷ ପରେ ପ୍ରଥମ ଥର ପାଇଁ ଟି-୨୦ ଦଳୀୟ ମାନ୍ୟତାର ପ୍ରଥମରେ ରହିଛି ଟିମ ଇଣ୍ଡିଆ । ୱେଷ୍ଟଇଣ୍ଡିଜ୍କୁ ଟି-୨୦ ସିରିଜରେ ୩-୦ରେ ମାତ ଦେଇ ସିରିଜ ହ୍ବାଇଟୱାସ କରିବା ପରେ ଏହି ମାନ୍ୟତା ହାସଲ କରିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ୨୦୧୬ ମସିହା ଫେବ୍ରୁଆରୀରୁ ମେ ମାସ ମଧ୍ୟରେ ଧୋନୀଙ୍କ ଅଧିନାୟକତ୍ବରେ ଭାରତୀୟ ଦଳ ଟି-୨୦ ରାଙ୍କିଂର ଟପରେ ରହିଥିଲା ।
୨୦୨୧ରେ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ପରେ ଭାରତୀୟ ଦଳ ଲଗାତାର ୯ଟି ଟି-୨୦ ମ୍ୟାଚ୍ରେ ବିଜୟ ହାସଲ କରିଛି । ଏଥିରେ ନ୍ୟୁଜିଲାଣ୍ଡ ସିରିଜ ଓ ୱେଷ୍ଟଇଣ୍ଡିଜ ସିରିଜ ସାମିଲ ରହିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ସିରିଜକୁ ହ୍ବାଇଟୱାସ କରିଥିଲା । ଏହାପରେ ୱେଷ୍ଟଇଣ୍ଡିଜ ଦଳ ବିପକ୍ଷରେ ଦଳ ସମାନ ପ୍ରଦର୍ଶନ କରିଛି ।