ଓଡିଶା

odisha

ETV Bharat / sports

2nd Test: ଭାରତ ୨୬୬ରେ ଅଲ୍‌ଆଉଟ, ପ୍ରୋଟିଆସ୍‌ଙ୍କୁ ୨୪୦ ରନ ଟାର୍ଗେଟ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ବିତୀୟ ଟେଷ୍ଟରେ ଦ୍ବିତୀୟ ଇନିଂସରେ ଭାରତ ୨୬୬ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି । ଫଳରେ ଦକ୍ଷିଣ ଆଫ୍ରିକାକୁ ୨୪୦ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି । ଅଧିକ ପଢ଼ନ୍ତୁ

2nd Test: ଭାରତ ୨୬୬ରେ ଅଲ୍‌ଆଉଟ, ପ୍ରୋଟିଆସ୍‌ଙ୍କୁ ୨୪୦ ରନ୍‌ ଟାର୍ଗେଟ
2nd Test: ଭାରତ ୨୬୬ରେ ଅଲ୍‌ଆଉଟ, ପ୍ରୋଟିଆସ୍‌ଙ୍କୁ ୨୪୦ ରନ୍‌ ଟାର୍ଗେଟ

By

Published : Jan 5, 2022, 6:33 PM IST

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ବିତୀୟ ଟେଷ୍ଟରେ ଦ୍ବିତୀୟ ଇନିଂସରେ ଭାରତ ୨୬୬ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି । ଫଳରେ ଦକ୍ଷିଣ ଆଫ୍ରିକାକୁ ୨୪୦ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି । ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ କେବଳ ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ବର ପୂଜାରା ଆଖିଦୃଶିଆ ପ୍ରଦର୍ଶନ କରି ପାରିନଥିଲେ ।

ଦ୍ବିତୀୟ ଇନିଂସ ଆରମ୍ଭରେ ଭାରତ ଆକ୍ରଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ଏହାସତ୍ତ୍ବେ ଭାରତ ୪୪ ରନ୍‌ରେ ଦୁଇଟି ୱିକେଟ ହରାଇଥିଲା । ଏହାପରେ ଚେତେଶ୍ବର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ମିଶି ଦଳ ଖାତାରେ ୧୧୧ ରନ୍‌ ଜୋଡି଼ ଥିଲେ । ଏହାପରେ ରାବାଡା ଦମଦାର ବୋଲିଂ କରି ରାହାଣେ ଓ ପୂଜାରାଙ୍କୁ ପାଭେଲିୟନ ରାସ୍ତା ଦେଖାଇଥିଲେ । ରାହାଣେ ଓ ପୂଜାରା ଯଥାକ୍ରମେ ୫୩ ଓ ୫୮ ରନ୍‌ କରିଥିଲେ ।

ଏହାପରେ ଋଷଭ ପନ୍ତ ବଡ଼ ଖେଳିବା ପ୍ରୟାସରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଅଶ୍ବିନ କିଛି ସମୟ ପିଚ୍‌ରେ ବତାଇ ଥିଲେ । ତେବେ ସେ ବଡ଼ ସଟ୍‌ ଖେଳି ପାରିନଥିଲେ । ଶେଷରେ ଶାର୍ଦ୍ଦୁଲ ଠାକୁର ଆସି ଦ୍ରୁତ ୨୮ ରନ୍‌ କରି ଭାରତର ସ୍କୋର୍‌କୁ ୨୦୦ ରନ୍‌ ପାର୍‌ କରାଇଥିଲେ । ତେବେ ଶେଷରେ ଧୈର୍ଯ୍ୟର ସହ ଖେଳ ପ୍ରଦର୍ଶନ କରି ହନୁମା ବିହାରୀ ମଧ୍ୟ ୫୨ ରନ୍‌ ସ୍କୋର୍‌ କରିଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଜାନ୍‌ସେନ୍‌, ନିଗିଡି ଓ ରାବାଡା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଓଲିଭର ଗୋଟିଏ ୱିକେଟ ନେଇଛନ୍ତି । ତେବେ ଏହି ପିଚ୍‌ରେ ଭାରତୀୟ ବୋଲର କିଭଳି ବୋଲିଂ କରିବେ ତାହାରି ଉପରେ ରହିବ ସଭିଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details