ହାଇଦ୍ରାବାଦ:କ୍ରିକେଟର ସବୁ ଫର୍ମାଟରେ ବିଶ୍ବର ଏକ ନମ୍ବର ଟିମ ହୋଇଛି ଭାରତ । ଦିନିକିଆ, ଟେଷ୍ଟ ଓ ଟି 20 ଫର୍ମାଟରେ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ବିଜୟୀ ହେବା ପରେ ଭାରତ ଏହି ଉପଲବ୍ଧି ହାସଲ କରିଛି । ପାକିସ୍ତାନକୁ ପଛରେ ପକାଇ ଦିନିକିଆ ଆଇସିସି ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଛି ଭାରତ । ପୂର୍ବରୁ ଟି 20 ଓ ଟେଷ୍ଟ ମାନ୍ୟତାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ଏବେ ଦିନିକିଆରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛି । ଆସନ୍ତା ସପ୍ତାହରେ ମାନ୍ୟତା ତାଲିକା ପ୍ରକାଶ ପାଇବ। ।
ଆଇସିସି ଦିନିକିଆ ମାନ୍ୟତାରେ ପାକିସ୍ତାନକୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛି ଭାରତ । ଭାରତର ରେଟିଂ ପଏଣ୍ଟ୍ 116 ରହିଥିବା ବେଳେ ପାକିସ୍ତାନର 115 ରହିଛି । ସେହିପରି ଅଷ୍ଟ୍ରେଲିଆ 111 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଶୁକ୍ରବାର ମୋହାଲିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ମହମ୍ମଦ ସାମୀଙ୍କ ଘାତକ ବୋଲିଂ ଓ ବ୍ୟାଟରଙ୍କ ଦମଦାର ବ୍ୟାଟିଂ ଭାରତ ବିଜୟୀ ହୋଇଥିଲା । ସାମୀ 5ଟି ଓ୍ବିକେଟ ନେଇଥିବା ବେଳେ ଶୁବମନ ଗିଲ, ଋତୁରାଜ ଗାଏକ୍ବାଡେ, କେଏଲ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବ ଅର୍ଦ୍ଧ ଶତକ ହାସଲ କରି 5 ଓ୍ବିକେଟରେ ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତ । ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ 1-0ରେ ଆଗୁଆ ରହିଛି । ସାମି ମ୍ୟାନ ଅଫଦ ମ୍ୟାଚ ବିବେଚିତ ହୋଇଥିଲେ । ଆସନ୍ତା 24 ଓ 27 ତାରିଖରେ ଦ୍ବିତୀୟ ଓ ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ ।