ଓଡିଶା

odisha

ETV Bharat / sports

IND vs WI: ଭାରତୀୟ ସ୍କ୍ବାଡ୍‌ରେ ରିଜର୍ଭ ଖେଳାଳି ଶାହାରୁଖ ଓ ସାଇ କିଶୋର

ଦୁଇ ତାମିଲନାଡୁ ଯୁବ କ୍ରିକେଟର ଶାହାରୁଖ ଖାନ ଓ ଆର ସାଇ କିଶୋରଙ୍କୁ ଟିମ ଇଣ୍ଡିଆରୁ ଡାକରା । ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଷ୍ଟାଣ୍ଡବାଏ ଖେଳାଳି ଭାବେ ଭାରତୀୟ ସ୍କ୍ବାଡ୍‌ରେ ସାମିଲ ହେବେ । ଅଧିକ ପଢନ୍ତୁ

By

Published : Jan 30, 2022, 8:03 PM IST

IND vs WI: Tamil Nadu players Shahrukh Khan, R Sai Kishore to join as India reserves
IND vs WI: ଟି-୨୦ ସ୍କ୍ବାଡ୍‌ରେ ରିଜର୍ଭ ଖେଳାଳି ଶାହାରୁଖ ଓ ସାଇ କିଶୋର

ହାଇଦ୍ରାବାଦ: ଦୁଇ ତାମିଲନାଡୁ ଯୁବ କ୍ରିକେଟର ଶାହାରୁଖ ଖାନ ଓ ଆର ସାଇ କିଶୋରଙ୍କୁ ଟିମ ଇଣ୍ଡିଆରୁ ଡାକରା । ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଷ୍ଟାଣ୍ଡବାଏ ଖେଳାଳି ଭାବେ ଭାରତୀୟ ସ୍କ୍ବାଡ୍‌ରେ ସାମିଲ ହେବେ ଉଭୟ ଶାହାରୁଖ ଓ ସାଇ କିଶୋର । ଫେବୃଆରୀ ୧୬-୨୦ ମଧ୍ୟରେ ଇଡେନ ଗାର୍ଡେନ କୋଲକାତାରେ ଏହି ଫଟାଫଟ କ୍ରିକେଟ ସିରିଜ ଖେଳାଯିବ ।

ଏହାମଧ୍ୟ ପଢନ୍ତୁ: U19 WC: ବାଂଲାଦେଶକୁ ୫ ୱିକେଟରେ ହରାଇ ସେମିରେ ଭାରତ

ଉଭୟ ଶାହାରୁଖ ଓ ସାଇ କିଶୋର ତାମିଲନାଡୁ ଟିମର ବିଜୟ ଯାତ୍ରାରେ ପ୍ରମୁଖ ଯୋଗଦାନ କରିଛନ୍ତି । COVID-19 ସମୟରେ ଏହି ସିରିଜ ଖେଳାଯାଉଥିବାରୁ ମୁଖ୍ୟ ସ୍କ୍ବାଡ୍‌ରୁ କୌଣସି ଖେଳାଳି ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ସେଥିପାଇଁ ପ୍ରତିଷେଧକ ମୂଳକ ପଦକ୍ଷେପ ଭାବେ ବୋର୍ଡ ଦୁଇଜଣଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ଚୟନ କରାଯାଇଛି । ଉଭୟ ମୁଖ୍ୟ ଟିମର ଖେଳାଳିଙ୍କ ସହ ବାୟୋବବଲରେ ରହିବେ ।

ସାଇ କିଶୋରଙ୍କ ପାଇଁ ଭାରତୀୟ ଟିମରେ ଏହା ଦ୍ବିତୀୟ ସୁଯୋଗ । ପୂର୍ବରୁ ଗତବର୍ଷ କେଏଲ ରାହୁଲଙ୍କ ନେତୃତ୍ବରେ ଶ୍ରୀଲଙ୍କା ଗସ୍ତ କରିଥିବା ଭାରତୀୟ ଟିମ ସହିତ ନେଟ୍‌ ବୋଲର ରହିସାରିଛନ୍ତି । ଅନ୍ୟପଟେ ଶାହାରୁଖ ଖାନ୍‌ ଘରୋଇ ଟୁର୍ନାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ ସହିତ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି । ସୟଦ ମୁସ୍ତାକ ଅଲୀ ଟ୍ରଫି ଫାଇନାଲରେ ଶେଷ ବଲ୍‌ରେ ଛକା ମାରି ତାମିଲନାଡୁକୁ ଚାମ୍ପିଅନ କରାଇଥିଲେ ଶାହାରୁଖ । ସେହିପରି ବିଜୟ ହଜାରେ ଟ୍ରଫି କ୍ବାର୍ଟର-ଫାଇନାଲରେ ୩୯ ବଲ୍‌ରୁ ୭୯ ଓ ଫାଇନାଲରେ ହିମାଚଳ ପ୍ରଦେଶ ବିପକ୍ଷରେ ୨୧ ବଲ୍‌ରୁ ୪୨ ରନ୍‌ର ଧୁଆଁଧାର ଇଂନିସ ଖେଳି ଚର୍ଚ୍ଚାରେ ରହିଥିଲେ ।

ସୀମିତ ଓଭର ସିରିଜ ଫେବୃଆରୀ ୬ରୁ ୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜରୁ ଆରମ୍ଭ ହେବ । ପରେ କୋଲକତାରେ ଟି-୨୦ ମ୍ୟାଚ୍‌ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details